‘ଫୋନି’ ପ୍ରକୋପରୁ ବାଦ୍ ପଡ଼ିନି ଶ୍ରୀମନ୍ଦିର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 4, 2019

‘ଫୋନି’ ପ୍ରକୋପରୁ ବାଦ୍ ପଡ଼ିନି ଶ୍ରୀମନ୍ଦିର

temple

ପୁରୀ(ମଧୁସୂଦନ ମିଶ୍ର): ଅତି ଭୟଙ୍କର ସାମୁଦ୍ରିକ ଝଡ଼ ପ୍ରଭାବରେ ପୁରୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଶ୍ରୀମନ୍ଦିର ବି ଏଥିରୁ ବାଦ୍ ପଡ଼ିନି। ପ୍ରବଳ ପବନ ଓ ବର୍ଷା ଯୋଗୁ ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଥିବା ଦ୍ୱାରପାଳଙ୍କ ମଧ୍ୟରୁ ଜୟଙ୍କ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି। ସେହିପରି ଦକ୍ଷିଣ ଓ ପଶ୍ଚିମ ପାର୍ଶ୍ୱ ଉପରେ ଥିବା ୨ଟି ସିଂହ ମୂର୍ତ୍ତି କ୍ଷତିଗ୍ରସ୍ତ ହୋଇଛି।

9999ମନ୍ଦିରର ମରାମତି କାମ ପାଇଁ ଏଏସ୍ଆଇ ପକ୍ଷରୁ ଲଗାଯାଇଥିବା ଲୁହା ବ।ଡ଼ ପବନରେ ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଫଳରେ ଏହା ତଳେ ଥିବା ସାକ୍ଷୀଗୋପାଳ ଓ ବରାହ ମନ୍ଦିର କ୍ଷତିଗ୍ରସ୍ତ ହୋଇଛି। ମନ୍ଦିର ବେଢ଼ାରେ ଥିବା କଳ୍ପବଟ ବୃକ୍ଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ବାତ୍ୟା ଯୋଗୁ ବିଭିନ୍ନ କାରଣରୁ ଶ୍ରୀଜିଉଙ୍କ ନୀତି ପ୍ରଭାବିତ ହୋଇଥିବାବେଳେ ସାଧାରଣ ଦର୍ଶନ ବାଧାପ୍ରାପ୍ତ ହୋଇଥିଲା। ସେହିପରି ମନ୍ଦିରରେ ଭକ୍ତଙ୍କ ପାଇଁ ମହାପ୍ରସାଦ ରନ୍ଧା ମଧ୍ୟ ବନ୍ଦ ରହିଛି।



from Odisha Reporter http://bit.ly/2WvKtKB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages