କେଜ୍ରିୱାଲ୍‌ଙ୍କୁ ଚପଲ ମାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 4, 2019

କେଜ୍ରିୱାଲ୍‌ଙ୍କୁ ଚପଲ ମାଡ଼

kejri

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗତକାଲି ଜଣେ ଯୁବକ ଚପଲରେ ପିଟିଥିଲେ। ଦିଲ୍ଲୀର ମୋତି ନଗରରେ ଏକ ରୋଡ୍ ଶୋ’ ବେଳେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା।

ରୋଡ୍‌ ଶୋ’ ବେଳେ କେଜ୍ରିୱାଲ୍‌ ଏକ ଖୋଲା ଜିପ୍‌ରେ ଛିଡ଼ା ହୋଇଥିବା ବେଳେ ଯୁବକ ଜଣଙ୍କ ହଠାତ୍ ତାଙ୍କ ନିକଟକୁ ଆସି ଚପଲରେ ପିଟି ଥିଲେ। ଉକ୍ତ ଯୁବକଙ୍କ ନାଁ ସୁରେଶ (୩୩)। ସେ ଜଣେ ସ୍ପେଆର୍‌ ପାର୍ଟ ଡିଲର ବୋଲି ଜଣାପଡ଼ିଛି। ତେବେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ଅଭିଯୋଗ କରିଛି ଯେ ସେ ଜଣେ ବିଜେପି ସମର୍ଥକ।

ବିଜେପିକୁ ଟାର୍ଗେଟ୍ କରି ଆପ୍‌ ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ ସେମାନେ କେବଳ ଏହିଭଳି ଭାବେ ଆକ୍ରମଣ କରି ଅରବିନ୍ଦ କେଜ୍ରିୱାଲ୍‌ଙ୍କ ମାତ୍ ଦେବାକୁ ଚେଷ୍ଟା କରୁଛନ୍ତି। ତୃଣମୂଳ କଂଗ୍ରେସ ବି ଏହି ଆକ୍ରମଣ ପାଇଁ ବିଜେପିକୁ ଦାୟୀ କରିଛି।

ଉକ୍ତ ଯୁବକ ଜଣଙ୍କ କେଜ୍ରିୱାଲ୍‌ଙ୍କୁ ଚପଲରେ ପିଟିବା ପରେ ଆପ୍ ସମର୍ଥକମାନେ ତାଙ୍କୁ ଜିପ୍‌ରୁ ଟାଣି ଆଣିଥିଲେ। ସେମାନେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ପୁଲିସ୍ ଆସି ତାଙ୍କୁ ଉଦ୍ଧାର କରିବା ସହ ଅଟକ ରଖି ପଚରାଉଚରା କରିଥିଲା।

ରମେଶଙ୍କୁ ପଚରାଉଚରା ପରେ ପୁଲିସ୍ କହିଛି ଯେ ସେ ଜଣେ ଆପ୍ ସମର୍ଥକ। ତେବେ ଦଳୀୟ ନେତାଙ୍କ ବ୍ୟବହାରରେ କ୍ଷୁବ୍ଧ ହୋଇ ସେ ଏଭଳି କାମ କରିଥିଲେ। ତେବେ ପୁଲିସ୍ ଏ ଘଟଣାରେ କୌଣସି ମାମଲା ରୁଜୁ କରି ନାହିଁ। କାରଣ ଏନେଇ ପୁଲିସ୍ ପାଖରେ କେହି ଏତଲା ଦେଇ ନାହାନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ବହୁବାର କେଜ୍ରିୱାଲଙ୍କ ଉପରେ ଆକ୍ରମଣ ହୋଇଛି। କେତେବେଳେ ତାଙ୍କ ମୁହଁ କଳା କରି ଦିଆଯାଇଛି ତ କେତେ ବେଳେ ତାଙ୍କ ଉପରକୁ କାଳି ଫୋପଡ଼ା ଯାଇଛି।

ପୁଲିସ୍ କହୁଛି ଯୁବକ ଜଣଙ୍କ ଆପ୍ ସମର୍ଥକ



from Odisha Reporter http://bit.ly/2POOze7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages