ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ କିଏ ପାଇବେ ସ୍ଥାନ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ କିଏ ପାଇବେ ସ୍ଥାନ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ସରକାର ଗଠନ ନେଇ ତତ୍ପରତା ପ୍ରକାଶ ପାଇଛି। ଏଥିପାଇଁ ଆଜି ସନ୍ଧ୍ୟାରେ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ବିଜେପି ସଭାପତି ଅମିତ ଶାହ। ମନ୍ତ୍ରିମଣ୍ଡଳ ଗଠନ ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି। ଏଣେ ମୋଦିଙ୍କ ନୂଆ ଟିମ୍‌ରେ ଓଡ଼ିଶାରୁ କାହାକୁ ସ୍ଥାନ ମିଳିବ, ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଜାତୀୟ ଗଣମାଧ୍ୟମ ଖବର ଅନୁସାରେ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ସେମାନଙ୍କ ସ୍ଥାନ ବଜାୟ ରଖିବେ। ତେବେ ପଶ୍ଚିମବଙ୍ଗରେ ବିଜେପିର ସହପ୍ରଭାରୀ ଦାୟିତ୍ୱ ନେଇ ଭଲ ପ୍ରଦର୍ଶନ କରିଥିବାରୁ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ପୁରସ୍କାର ସ୍ୱରୂପ ମନ୍ତ୍ରୀ କରାଯାଇପାରେ। ତେବେ ଅପରାଜିତା ଷଡଙ୍ଗୀ ଓ ‘ଓଡ଼ିଶାର ମୋଦି’ କୁହାଯାଉଥିବା ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।

ମୋଦିଙ୍କ ପ୍ରଥମ ପାଳିରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ହୋଇଥିଲେ ଜୁଏଲ ଓରାମ। ଏଥର ସେ ସୁନ୍ଦରଗଡ଼ ଆସନରୁ ଜିତିଛନ୍ତି। ୨ ଲକ୍ଷରୁ ଅଧିକ ଭୋଟ୍‌ ବ୍ୟବଧାନରେ ବାଜିମାତ କରିଥିବାରୁ ଜୁଏଲଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ। ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇ ଉଜ୍ଜ୍ୱଳାକୁ ଲୋକପ୍ରିୟ କରିବାରେ ମୁଖ୍ୟ ଭୂମିକା ନେଇଥିଲେ। ତେଣୁ ଧର୍ମେନ୍ଦ୍ରଙ୍କୁ ପୁଣି ମନ୍ତ୍ରୀପଦ ମିଳିବା ସମ୍ଭାବନା ଅଧିକ ରହିଛି।

ବରଗଡର ନବ ନିର୍ବାଚିତ ସାଂସଦ ସୁରେଶ ପୂଜାରୀ ବିଜେପିର ରାଷ୍ଟ୍ରୀୟ ସଂପାଦକ ଓ ପଶ୍ଚିମବଙ୍ଗର ସହ ପ୍ରଭାରୀ ଅଛନ୍ତି। ତାଙ୍କର ଉଦ୍ୟମ ଯୋଗୁ ବିଜେପି ପଶ୍ଚିମବଙ୍ଗରେ ୧୮ ଆସନ ପାଇବାରେ ସକ୍ଷମ ହୋଇଛି। ବିଜେଡିର ଦବଦବା ସତ୍ତ୍ୱେ ବରଗଡରୁ ବିଜୟୀ ହୋଇ ଶାହ ଓ ମୋଦିଙ୍କ ଗୁଡବୁକରେ ଥିବାରୁ ସୁରେଶଙ୍କୁ ମନ୍ତ୍ରୀ ପଦ ମିଳିପାରେ।

ପ୍ରଶାସିକାରୁ ରାଜନେତ୍ରୀ ହୋଇଥିବା ଅପରାଜିତା ଷଡଙ୍ଗୀଙ୍କର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଭଲ ସଂପର୍କ ରହିଛି। ଅପରାଜିତା ମଧ୍ୟ ମନ୍ତ୍ରୀ ପଦ ପାଇବା ନେଇ ଚର୍ଚ୍ଚା ହେଉଛି। ବାଲେଶ୍ୱରର ସାଂସଦ ପ୍ରତାପ ଷଡଙ୍ଗୀଙ୍କ ନାଁ ବି ଚର୍ଚ୍ଚାରେ ରହିଛି।

୨୦୧୪ରେ ଲୋକସଭା ନିର୍ବାଚନରେ ବିଜେପି ପାଇଥିଲା ୨୧ ପ୍ରତିଶତ ଭୋଟ। ଏକମାତ୍ର ସାଂସଦ ଭାବେ ଜୁଏଲ ଓରାମ ନିର୍ବାଚିତ ହୋଇଥିଲେ। ଏଥର ଲୋକସଭାରେ ଦଳ ବି 38.4 ପ୍ରତିଶତ ଭୋଟ ପାଇଛି। ଆସନ ସଂଖ୍ୟା ୧ରୁ ୮ ହୋଇଛି। ତେଣୁ ସେହି ଅନୁସାରେ ରାଜ୍ୟର ପ୍ରତିନିଧିତ୍ୱ ବଢ଼ିବ ବୋଲି ଆଶା ରଖିଛନ୍ତି ରାଜ୍ୟର ନେତା।



from Odisha Reporter http://bit.ly/2Z0heAr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages