କେନ୍ଦ୍ର ମନ୍ତ୍ରିମଣ୍ଡଳ ଗଠନ ପାଇଁ ମୋଦି-ଶାହଙ୍କ ରୁଦ୍ଧଦ୍ୱାର ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

କେନ୍ଦ୍ର ମନ୍ତ୍ରିମଣ୍ଡଳ ଗଠନ ପାଇଁ ମୋଦି-ଶାହଙ୍କ ରୁଦ୍ଧଦ୍ୱାର ବୈଠକ

ନୂଆଦିଲ୍ଲୀ: ଗୁରୁବାର ସନ୍ଧ୍ୟା ୭ଟାରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ତେବେ ଏହାପୂର୍ବରୁ ମୋଦିଙ୍କ ଦ୍ୱିତୀୟ ସରକାରରେ କେଉଁମାନେ ମନ୍ତ୍ରୀ ପଦ ପାଇବେ, ତା’କୁ ନେଇ ଚର୍ଚ୍ଚା ଜାରି ରହିଛି। ଆଜି ମନ୍ତ୍ରିମଣ୍ଡଳ ଗଠନ ପାଇଁ ମୋଦି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି।

ଉଭୟ ନେତା ଦୀର୍ଘ ସମୟ ଧରି କେଉଁମାନଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ ଏବଂ କେଉଁମାନଙ୍କୁ ବାଦ ଦିଆଯିବ, ସେ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି।

ଗୋଟିଏ ସୂତ୍ର ଅନୁଯାୟୀ, ଦଳର ବରିଷ୍ଠ ରାଜନେତା ରାଜନାଥ ସିଂହ, ନୀତୀନ ଗଡ଼କରୀ, ପୀୟୂଷ ଗୋଏଲ, ରବି ଶଙ୍କର ପ୍ରସାଦ, ପ୍ରକାଶ ଜାଭଡେ଼କର, ସୁରେଶ ପ୍ରଭୁ, ନିର୍ମଲା ସୀତାରମଣ, ସ୍ମୃତି ଇରାନୀ, ମାନେକା ଗାନ୍ଧି ଓ ଜେପି ନଡ୍ଡା ପୂର୍ବଭଳି ଏଥର ମଧ୍ୟ ମନ୍ତ୍ରୀ ପଦ ପାଇବେ। ହେଲେ ସେମାନଙ୍କ ବିଭାଗରେ ଅଦଳବଦଳ ହୋଇପାରେ।

ସେହିପରି ଅକାଳୀ ଦଳର ହର୍ସମିତ କୌର ବାଦଲ ଓ ଏଲଜେପିର ରାମ ବିଳାସ ପାଶ୍ୱାନ ପୁଣିଥରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇପାରନ୍ତି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ପ୍ରଥମ ଥର ସାମିଲ ହେବାକୁ ଥିବା ସବୁ ନୂଆ ମୁହଁଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇପାରନ୍ତି।



from Odisha Reporter http://bit.ly/2JKptNs

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages