ତମ୍ୱା ପାତ୍ରରେ ପାଣି ପିଇବାର ଫାଇଦା ବିଷୟରେ ଜାଣିଛନ୍ତି କି ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ତମ୍ୱା ପାତ୍ରରେ ପାଣି ପିଇବାର ଫାଇଦା ବିଷୟରେ ଜାଣିଛନ୍ତି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ) :  ଆଧୁନିକତା ସ୍ପର୍ଶ କରିବା ପୂର୍ବରୁ ଲୋକେମାନେ ତମ୍ୱା ପାତ୍ର, ମାଟି ପାତ୍ରରେ ଖାଇବା ପିଇବାକୁ ପସନ୍ଦ କରୁଥିଲେ।  ପରେ ଏହାର ସ୍ଥାନ ଆଖି ଝଲସାଇ ଦେବା ଭଳି କାଚ ଓ ଫାଇବର ପାତ୍ର ମାଡ଼ି ବସିଲା। ହେଲେ ତମ୍ୱା ପାତ୍ରରେ ପାଣି ପିଇବା ଦ୍ୱାରା ଆମେ ବହୁ ରୋଗ କବଳରୁ ମୁକ୍ତି ପାଇଥାଉ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି।  ଆସନ୍ତୁ ଆଜି ଜାଣିବା ତମ୍ୱା ପାତ୍ରରେ ପାଣି ପିଇବାର ଫାଇଦା ବିଷୟରେ।

ତମ୍ୱା ଏକ ପ୍ରକାର ମାଇକ୍ରୋନ୍ୟୁଟ୍ରିଏଣ୍ଟ ଅଟେ, ଯାହା ଶରୀରରେ ମିନରାଲ୍ସ ଓ ଜରୁରୀ ନ୍ୟୁଟ୍ରିସନ୍‌ର ଆବଶ୍ୟକତାକୁ ପୂରଣ କରିଥାଏ। ତମ୍ୱା ପାତ୍ରରେ ପାଣି ପିଇବା ଦ୍ୱାରା ଇମ୍ୟୁନିଟି ସିଷ୍ଟମ ଦୃଢ ହୋଇଥାଏ। ପାଚନ ପ୍ରକ୍ରିୟା ମଧ୍ୟ ଭଲ ହୋଇଥାଏ। ଏହାବ୍ୟତୀତ କ୍ୟାନସର ପରି ଘାତକ ବେମାରରୁ ମଧ୍ୟ ମୁକ୍ତି ମିଳିଥାଏ।

ତମ୍ୱା ପାତ୍ରରେ ଥିବା ପାଣି ପିଇବା ଦ୍ୱାରା ପେଟ ଥଣ୍ଡା ହୋଇଥାଏ। ଆର୍ୟୂବେଦ ଶାସ୍ତ୍ର ଅନୁସାରେ ତମ୍ୱା ପାତ୍ରରେ ରାତିରେ ପାଣି ରଖି ସକାଳେ ପିଇବା ଦ୍ୱାରା ପାଣିରେ ଥିବା ସବୁ ପ୍ରକାର ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାନ୍ତି। ଏଥିପାଇଁ ରାତି ସାରା ତମ୍ୱା ପାତ୍ରରେ ପାଣି ରଖି ଦିଅନ୍ତୁ। ଏହାକୁ ସକାଳୁ ଉଠି ଖାଲି ପେଟରେ ପିଇ ଦିଅନ୍ତୁ। ଏହାଦ୍ୱାରା ଶରୀରରେ ମହଜୁଦ ଟକ୍ସିସସ୍‌ ମାତ୍ରା ନ୍ୟୁଟ୍ରିଲାଇଜ ହୋଇଯାଇଥାଏ।

୧- ପାଚନ ତନ୍ତ୍ର ଭଲ କାମ କରିଥାଏ

ହେଲଥ୍‌ ଏକ୍ସପର୍ଟଙ୍କ ଅନୁସାରେ ତମ୍ୱା ପାତ୍ରରେ ପାଣି ପିଇବା ଦ୍ୱାରା ପେଟରେ ହେଉଥିବା ଇନଫେକସନ୍‌ ବନ୍ଦ ହୋଇଯାଇଥାଏ। ପାଚନ ତନ୍ତ୍ର ଭଲ କାମ କରିଥାଏ। ଏହାସହ ଲିଭର ଓ କିଡନି ମଧ୍ୟ ଭଲ ଭାବେ କାମ କରିଥାଏ।

୨-  ଯୁବ ସୁଲଭତା ଗୁଣ ବଜାୟ ରହିଥାଏ

ଯଦି ଆପଣଙ୍କ ତ୍ୱଚାରେ ଭାଙ୍ଗ ପଡ଼ିବା ଆରମ୍ଭ ହେଲାଣି ତେବେ ଆପଣ ତମ୍ୱା ପାତ୍ରରେ ପାଣି ପିଇବା ଆରମ୍ଭ କରି ଦିଅନ୍ତୁ। ତମ୍ୱାରେ ଭରପୁର ମାତ୍ରାରେ  ଆଣ୍ଟିଅକ୍ସିଡେଣ୍ଟ ମହଜୁଦ ରହିଥାଏ। ଯାହାକି ତ୍ୱଚାର ଉଜ୍ଜ୍ୱଳତା ବଜାୟ ରଖିଥାଏ। ଏହା ସହ ଭାଙ୍ଗ ପଡ଼ିବା ନିମନ୍ତେ ଦାୟୀ ଫ୍ରି ରେଡିକଲ୍ସକୁ ନଷ୍ଟ କରିବାର କ୍ଷମତା ମଧ୍ୟ ଏଥିରେ ରହିଥାଏ।

୩- ହୃଦଘାତ ଆଶଙ୍କା କମ କରିଥାଏ

ଆଜିକାଲି ଅଧିକାଂଶ ଲୋକ ହୃଦଘାତର ଶିକାର ହେଉଛନ୍ତି।  କିନ୍ତୁ ତମ୍ୱା ପାତ୍ରରେ ପାଣି ପିଇବା ଦ୍ୱାରା ହୃଦଘାତର ଆଶଙ୍କା ବହୁ ମାତ୍ରାରେ କମ୍‌ ହୋଇଥାଏ। ଆମେରିକା କ୍ୟାନସର ସୋସାଇଟି ମୁତାବକ ତମ୍ୱା ପାତ୍ରରେ ପାଣି  ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ରହିଥାଏ ଓ ଶରୀରରେ ବ୍ୟାଡ଼ କୋଲେଷ୍ଟରଲର ସ୍ତର ବି କମିଯାଇଥାଏ।

୪- ଓଜନ ନିୟନ୍ତ୍ରଣରେ ରଖିଥାଏ

ଆଜିର ଯୁବପିଢୀ ମୋଟାପଣର ସମସ୍ୟାକୁ ନେଇ ବହୁ ଚିନ୍ତିତ। ଏଥିପାଇଁ ସେମାନେ ବହୁ ଝାଳ ବୁହାଇବା ସତ୍ତ୍ୱେ ଆଶା ମୁତାବକ ଫଳ ପାଉ ନାହାନ୍ତି। ଏପରି କ୍ଷେତ୍ରରେ ତମ୍ୱା ପାତ୍ରରେ ପାଣି ପିଇବା ଦ୍ୱାରା ପ୍ରାକୃତିକ ଉପାୟରେ ଓଜନ କମିଥାଏ।

୫- କ୍ୟାନସର ଆଶଙ୍କା କମ୍‌ କରିଥାଏ

ତମ୍ୱା ପାତ୍ରରେ ପାଣି ପିଇବା ଦ୍ୱାରା  କ୍ୟାନସରର ଆଶଙ୍କା ବି କମି ଯାଇଥାଏ। ତମ୍ୱାରେ ଥିବା ଆଣ୍ଟିଅକ୍ସିଡେଣ୍ଟସ୍‌ ଗୁଣ ଶରୀରରେ ଥିବା ଫ୍ରି ରେଡିକାଲ୍ସର ପ୍ରଭାବକୁ କମ୍‌ କରିଥାଏ। ଯାହା କି କ୍ୟାନସରର ଏକ ପ୍ରମୁଖ କାରଣ ହୋଇଥାଏ।



from Odisha Reporter http://bit.ly/2J7gLZ6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages