
ଚୌଦ୍ୱାର(ପ୍ରକାଶ ନାୟକ):ଚାଲି ଯାଇଛି ଝଡ଼। ହେଲେ ଛାଡ଼ି ଯାଇଛି ତାର କୋପ। ଝଡ ମାଡ଼ରେ ଘାଇଲା ମଣିଷ ଖୋଜୁଛି ବଞ୍ଚିବାର ରାହା। ବାତ୍ୟା ‘ଫୋନି’ର ତାଣ୍ଡବରେ ଛିନଛତ୍ର ହୋଇଥିବା ଅନେକ ଗାଁରେ ଏବେ ଏଭଳି ଦଶା ସୃଷ୍ଟି ହୋଇଛି। କେଉଁଠି ସ୍ୱର୍ବସ୍ୱ ହରାଇଥିବା ବିପନ୍ନ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ଖୋଜୁଛି ତ’ ଆଉ କେଉଁଠି ଧ୍ୱଂସ ସ୍ତୁପ ତଳୁ ସ୍ମୃତି ସାଉଁଟୁଛି ବେସାହାରା ମଣିଷ।
ଏଭଳି ପରିସ୍ଥିତିରେ ଫୋନି ତାଣ୍ଡବର ଏତେ ଦିନ ପରେ ବି ଚୌଦ୍ୱାରର ବିପନ୍ନଙ୍କ ନିକଟରେ ପହଞ୍ଚି ପାରିନି ପ୍ରଶାସନ। ଖୋଲା ଆକାଶ ତଳେ ଚୌଦ୍ୱାର ପୌରପାଳିକାର ୮ ନମ୍ବର ଓ୍ୱାର୍ଡର ୩୩ ପରିବାର ଏବେ ଦିନ ବିତାଉଛନ୍ତି।
ବାତ୍ୟା ଦିନ ଏମାନେ ଆଶ୍ରୟ ସ୍ଥଳୀରେ ଥିଲେ। ସେହିଦିନ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଦିଆଯାଇଥିଲା। ବାତ୍ୟା ପରେ ଘରକୁ ଫେରି ଦେଖିବା ବେଳକୁ ସବୁ ଉଜୁଡ଼ି ଯାଇଛି।
from Odisha Reporter http://bit.ly/2WvhiqV
No comments:
Post a Comment