‘ଫୋନି’ ପାଇଁ ସୋଶାଲ୍‌ ମିଡିଆରେ ସମବେଦନା ଜଣାଇଲେ ଫ୍ରାନ୍ସ ସୁନ୍ଦରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

‘ଫୋନି’ ପାଇଁ ସୋଶାଲ୍‌ ମିଡିଆରେ ସମବେଦନା ଜଣାଇଲେ ଫ୍ରାନ୍ସ ସୁନ୍ଦରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ତାଣ୍ଡବ ରଚି ଚାଲିଯାଇଛି ବାତ୍ୟା ‘ଫୋନି’। ଏହି ବିଭୀଷିକା ପରେ ରାଜ୍ୟରେ ହୋଇଥିବା କ୍ଷତିର ଭରଣା ପାଇଁ ଦେଶ ବିଦେଶରୁ ବିଭିନ୍ନ ସଂଗଠନ ତଥା ବ୍ୟକ୍ତିବିଶେଷ ସାହାଯ୍ୟ ସହଯୋଗର ହାତ ବଢ଼ାଉଛନ୍ତି।

ବର୍ତ୍ତମାନର ଶୋସାଲ୍ ମିଡିଆ କ୍ରେଜ୍ ପାଇଁ ଏହି ବାତ୍ୟା ଫୋନି ବିଶ୍ୱର କୋଣ ଅନୁକୋଣରେ ପହଞ୍ଚି ପାରୁଥିବା ବେଳେ ସେଠାକର ଲୋକେ ମଧ୍ୟ ଏ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଜାଣି ପାରୁଛନ୍ତି। ଫଳରେ ଓଡ଼ିଶା ପ୍ରତି ବିଦେଶୀମାନେ ମଧ୍ୟ ନିଜର ସମବେଦନା ଜଣାଉଛନ୍ତି।

ଏବେ ଏମିତି ଏକ ଭିଡ଼ିଓ ଶୋସାଲ୍ ମିଡିଆ ସାଇଟରେ ଦେଖିବାକୁ ମିଳୁଛି, ଯେଉଁଥିରେ ଫ୍ରାନ୍ସର ଜଣେ ସୁନ୍ଦରୀ ଯୁବତୀ ଓଡ଼ିଶାବାସୀଙ୍କୁ ନିଜର ସମବେଦନା ଜଣାଉଛନ୍ତି।

ଯୁବତୀ ଜଣକ ଭିଡିଓରେ କହୁଛନ୍ତି, ବାତ୍ୟା ‘ଫୋନି’ରେ ଓଡ଼ିଶାର ଅନେକ କ୍ଷୟକ୍ଷତି ହୋଇଛି। କିନ୍ତୁ ଏଥିରେ ଓଡ଼ିଶାର ଗୌରବମୟ ଅତୀତ, କଳା ନୈପୁଣ୍ୟ ଓ ପ୍ରାକୃତିକ ଶୋଭାରାଜି ଅକ୍ଷୁଣ୍ଣ ରହିଛି। ତେଣୁ ଖୁବଶୀଘ୍ର ଓଡ଼ିଶାବାସୀ ଏହି ପ୍ରାକୃତିକ ବିପର୍ଯ୍ୟୟରୁ ବାହାରି ଆସି ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବେ। ଏହା କହିବା ପରେ ସେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ଭିଡିଓରେ ଆଉ ଯେଉଁ କଥାଟି ସୁନ୍ଦର ଲାଗୁଛି ତାହା ଆପଣ ଦେଖିଲେ ନିଶ୍ଚୟ ଖୁସିହେବେ। ତାହା ହେଲା, ଏହି ଫ୍ରାନ୍ସର ସୁନ୍ଦରୀ ଯୁବତୀ ଜଣକ ସମ୍ପୂର୍ଣ୍ଣ ଓଡ଼ିଆଣୀ ଢଙ୍ଗରେ ଶାଢ଼ି ପିନ୍ଧି ଜଣେ ଓଡ଼ିଆ ଘରର ବୋହୂ ପରି ଦେଖାଯାଉଛନ୍ତି।

ଦେଖନ୍ତୁ ଭିଡିଓ ଏବଂ କ’ଣ କହୁଛନ୍ତି ଶୁଣନ୍ତୁ…

 



from Odisha Reporter http://bit.ly/2w74HOZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages