ଜନ୍ମ ବାରରୁ ଜାଣନ୍ତୁ କିପରି ହୋଇଥାଏ ସ୍ୱାଭାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ଜନ୍ମ ବାରରୁ ଜାଣନ୍ତୁ କିପରି ହୋଇଥାଏ ସ୍ୱାଭାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୋତିଷ ଶାସ୍ତ୍ର ଅନୁସାରେ ଜନ୍ମ ବାର ବିଷେଶ ମହତ୍ୱ ରଖିଥାଏ। ଜନ୍ମ ବାର ଅନୁସାରେ ଛୁଆଙ୍କର ସ୍ୱଭାବ ବିଷୟରେ ଜଣାପଡ଼ିଥାଏ। ଏହା ସହ ପିଲା ତାର ଜୀବନରେ କେତେ ସଫଳ ହେବ କେତେ ହେବ ନାହିଁ ସେ ବିଷୟରେ ମଧ୍ୟ ଜଣାପଡ଼େ। ତେବେ ଜାଣନ୍ତୁ କେଉଁ ବାରରେ ଜନ୍ମ ହୋଇଥିବା ପିଲାଙ୍କ ସ୍ୱଭାବ କିପରି ହୋଇଥାଏ।

ସୋମବାର

ଏହି ଦିନ ଜନ୍ମ ହୋଇଥିବା ପିଲା ରାଗି ସ୍ୱଭାବର ହୋଇଥାନ୍ତି। ଏହି ପିଲାଙ୍କର ଭାଗ୍ୟ ବିବାହ ପରେ ଖୋଲିଥାଏ। ଏହି ପିଲାମାନେ ନିଜ ସମ୍ପର୍କ ସାବଧାନର ସହ ତୁଲାଇବା ଆବଶ୍ୟକ।

ମଙ୍ଗଳବାର

ଏହି ଦିନ ଜନ୍ମ ନେଇଥିବା ପିଲା ବହୁତ କ୍ରୋଧିତ ହୋଇଥାନ୍ତି। ଏମାନେ ଛୋଟବେଳେ ପ୍ରାୟ ରୋଗଗ୍ରସ୍ତ ରହିଥାନ୍ତି। ଏମାନଙ୍କୁ କୌଣସି ଖଣ୍ଡିଆ ହେବା ଆଦିରୁ ଦୂରେଇ ରଖନ୍ତୁ।

ବୁଧବାର

ବୁଧବାର ଜନ୍ମ ହୋଇଥିବା ପିଲା ଧନବାନ ହୋଇଥାନ୍ତି। ସବୁ କାମ ପର୍‌ଫେକ୍ଟ ହେଉ ବୋଲି ଏମାନେ ଚାହିଁଥାନ୍ତି। ଏହି ପିଲାମାନେ ନିଜ ଅହଂକାର ସ୍ୱଭାବକୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ।

ଗୁରୁବାର

ଗୁରୁବାର ଜନ୍ମ ହୋଇଥିବା ପିଲା ଭାଗ୍ୟବାନ ହୋଇଥାନ୍ତି। ଏମାନଙ୍କୁ ନାମ ଏବଂ ସମ୍ମାନ ବହୁତ ମିଳିଥାଏ। ଏହି ବାରରେ ଜନ୍ମ ହୋଇଥିବା ପିଲା ଜୀବନରେ ଅନ୍ୟମାନଙ୍କୁ ଅଧିକା ବିଶ୍ୱାସ କରନ୍ତି ନାହିଁ।

ଶୁକ୍ରବାର

ଏହି ଦିନରେ ଜନ୍ମ ହୋଇଥିବା ପିଲା ଆଧ୍ୟାତ୍ମିକ ହୋଇଥାନ୍ତି। ଏହି ବ୍ୟକ୍ତିଙ୍କ ଉପରେ ଇଶ୍ୱରଙ୍କ ବହୁତ କୃପା ରହିଥାଏ। ଏହି ପିଲାମାନେ ଖାମ୍‌ଖିଆଲି ଗୁଣରୁ ଦୂରେଇ ରୁହନ୍ତୁ।

ଶନିବାର

ଏହି ଦିନରେ ଜନ୍ମ ହୋଇଥିବା ପିଲାଙ୍କୁ ବହୁତ ସଂର୍ଘଷ କରିବାକୁ ପଡ଼ିଥାଏ। କିନ୍ତୁ ପରେ ଏମାନଙ୍କୁ ବହୁତ ସଫଳତା ମିଳିଥାଏ। ଏମାନେ ନିଶା ଏବଂ ପ୍ରେମ ବ୍ୟପାରରୁ ଦୂରେଇ ରହିବା ଆବଶ୍ୟକ।

ରବିବାର

ରବିବାର ଜନ୍ମ ହୋଇଥିବା ପିଲା ସବୁବେଳେ ରୋଗଗ୍ରସ୍ତ ହୋଇଥାନ୍ତି। ସେମାନେ ତାଙ୍କ ଜୀବନରେ ବହୁତ ନାମ, ଯଶ ପାଇଥାନ୍ତି। ଏମାନଙ୍କୁ ନିଜର ପାରିବାରିକ ଜୀବନ ଉପରେ ବିଷେଶ ଧ୍ୟାନ ଦେବା ଆବଶ୍ୟକ।

 



from Odisha Reporter http://bit.ly/2QdN4Gv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages