
ଲଣ୍ଡନ: ବିଶ୍ୱକପ୍ କିଏ ଜିତିବ, ତାକୁ ନେଇ କ୍ରିକେଟ୍ ପଣ୍ଡିତମାନେ ନାନା ପ୍ରକାରର ପୂର୍ବାନୁମାନ କରୁଛନ୍ତି। ଏହିକ୍ରମରେ ଭାରତୀୟ ସ୍ପିନର ହରଭଜନ ସିଂହ ତାଙ୍କ ପସନ୍ଦର ଦୁଇଟି ଦଳ ବାଛିଛନ୍ତି। ଭାରତ ସହିତ ସେ ଇଂଲଣ୍ଡକୁ ବିଶ୍ୱକପ୍ ଜିତିବାର ପ୍ରବଳ ଦାବିଦାର ବୋଲି କହିଛନ୍ତି। ବର୍ତ୍ତମାନ ଇଂଲଣ୍ଡ ଆଇସିସି ଦିନିକିଆ ରାଙ୍କୀଙ୍ଗ ରାଙ୍କର ୧ ନଂ ସ୍ଥାନରେ ଥିବା ବେଳେ ଭାରତ ୨ ନଂ ସ୍ଥାନରେ ରହିଛି।
ହରଭଜନ କହିଛନ୍ତି, “ଇଂଲଣ୍ଡ ଏବେ ଭଲ କ୍ରିକେଟ୍ ଖେଳୁଛି। ଦଳର ଏକ ୧ ନଂ ସ୍ଥାନରେ ମଧ୍ୟ ରହିଛି। ତେଣୁ ଇଂଲଣ୍ଡ ଟ୍ରଫି ଜିତିବାର ପ୍ରବଳ ଦାବିଦାକର। ତେବେ ଭାରତ ମଧ୍ୟ ବେଶ ଶକ୍ତିଶାଳୀ। ତେଣୁ ବିରାଟ୍ କୋହଲିଙ୍କ ନେତୃତ୍ୱରେ ଦଳ ଟ୍ରଫି ଜିତିବ ବୋଲି ଆଶା ରହିଛି। ତେଣୁ ଇଂଲଣ୍ଡ ଓ ଭାରତ ହିଁ ବିଶ୍ୱକପ୍ରେ ମୋ ଫେଭରାଇଟ୍ ଟିମ୍।”
ଭାରତ ୧୯୮୩ ଓ ୨୦୧୧ରେ ବିଶ୍ୱକପ୍ ଜିତିଥିବା ବେଳେ ଇଂଲଣ୍ଡ ଆଜି ଯାଏ ବିଶ୍ୱକପ୍ ଜିତି ପାରିନାହିଁ। ଏଥର ଇଂଲଣ୍ଡ ପାଖରେ ବିଶ୍ୱକପ୍ ଜିତିବାର ଭଲ ସୁଯୋଗ ରହିଛି ବୋଲି ପ୍ରାୟ ସମସ୍ତ କ୍ରିକେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି।
from Odisha Reporter http://bit.ly/2M8sPLU
No comments:
Post a Comment