
କୋଲକାତା: ପଶ୍ଚିମବଙ୍ଗରେ ଥମୁନି ହିଂସା। ନିର୍ବାଚନ ଶେଷ ହୋଇଥିବା ବେଳେ ପୁଣି ଜଣେ ବିଜେପି କର୍ମୀ ନଦିଆ ଜିଲ୍ଲାରେ ହତ୍ୟାର ଶିକାର ହୋଇଛନ୍ତି। ମୃତ ଯୁବକଙ୍କ ଘର ନଦିଆ ଜିଲ୍ଲାର ତକଡାହ, ଏବଂ ତାଙ୍କ ନାଁ ସଣ୍ଟୁ ଘୋଷ ବୋଲି ଜଣାପଡ଼ିଛି।
ସଣ୍ଟୁ ଘୋଷ ନିଜ ଘର ସାମ୍ନାରେ ଛିଡ଼ା ହୋଇଥିବା ବେଳେ ହତ୍ୟାର ଶୀକାର ହୋଇଥିବା ପୁଲିସ ସୂଚନା ଦେଇଛି। ହତ୍ୟା ପଛର କାରଣ ଜଣାପଡ଼ିନଥିବା ବେଳେ ତଦନ୍ତ ଚାଲିଥିବା ଚକଡ଼ାହ ପୁଲିସ ସୂଚନା ଦେଇଛି।
ଏହି ହତ୍ୟା ପାଇଁ ବିଜେପି ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସକୁ ଦାୟୀ କରିଛି। ହତ୍ୟାକାରୀକୁ ଗିରଫ ଦାବି କରି ବିଜେପିର କର୍ମୀମାନେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ତେବେ ବିଜେପିର ଅଭିଯୋଗକୁ ଟିଏମସି ଖଣ୍ଡନ କରିଛି। ଓଲଟି ସଣ୍ଟୁ ନିଜେ ସ୍ଥାନୀୟ ଅଞ୍ଚଳରେ ହିଂସା କାର୍ଯ୍ୟରେ ଲିପ୍ତ ଥିବା ଟିଏମସି କହିଛି।
from Odisha Reporter http://bit.ly/2W5O1XJ
No comments:
Post a Comment