
ହରିଦ୍ୱାର: ଜନସଂଖ୍ୟା ହୁହୁ ହୋଇ ବଢ଼ୁଥିବା ପ୍ରସଙ୍ଗରେ ଯୋଗଗୁରୁ ରାମଦେବ କହିଛନ୍ତି ସରକାର ଏପରି ଏକ ଆଇନ ଆଣନ୍ତୁ ଯାହାଫଳରେ ତୃତୀୟ ସନ୍ତାନ ଭୋଟ୍ ଅଧିକାରରୁ ବଞ୍ଚିତ ହେବେ। ସେ ଆହୁରି ମଧ୍ୟ ସମଗ୍ର ଭାରତରେ ମଦର ପ୍ରସ୍ତୁତି, ବିକ୍ରି ଏବଂ କିଣା ଉପରେ ଲଗାମ୍ ଲଗାଇବାକୁ ଦାବି କରିଛନ୍ତି।
ରାମଦେବ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ଭାରତର ଜନସଂଖ୍ୟା ଆଗାମୀ ୫୦ ବର୍ଷରେ ୧୫୦ କୋଟି ଛୁଇଁବା ଉଚିତ ନୁହେଁ। କାରଣ ଆମେ ଏଥିପାଇଁ ପ୍ରସ୍ତୁତ ନୁହେଁ ଏବଂ ଏହାକୁ ସହ୍ୟ ମଧ୍ୟ କରିପାରିବାନି। ଏହା ସେତେବେଳେ ଯାଇ ନିୟନ୍ତ୍ରଣକୁ ଆସିପାରିବ ଯେତେବେଳେ ତୃତୀୟ ସନ୍ତାନ ଭୋଟ ଅଧିକାରରୁ ବଞ୍ଚିତ ହେବ। ଏତଦ୍ ବ୍ୟତୀତ ସମସ୍ତ ସରକାରୀ ସୁବିଧା ଓ ଫାଇଦାରୁ ତାଙ୍କୁ ବଞ୍ଚିତ କରାଯିବ। ଏହା ସମ୍ଭବପର ହେଲେ, ଯେକୌଣସି ଧର୍ମର ଲୋକ ହୋଇଥା’ନ୍ତୁ ନା କାହିଁକି, ଆଉ ତୃତୀୟ ସନ୍ତାନ ପାଇଁ ମନ ବଳାଇବେନି।
ଗୋଚାଲାଣକାରୀ ଏବଂ ଗୋରକ୍ଷକଙ୍କ ମଧ୍ୟରେ ଦେଖାଦେଉଥିବା ହିଂସାକୁ ନେଇ ସେ କହିଥିଲେ, “ଏ ପରିସ୍ଥିତି କେବଳ କଂସେଇଖାନା ଗୁଡ଼ିକୁ ବନ୍ଦ କଲେ ଯାଇ ସମାଧାନ ହୋଇପାରିବ। ବିଭିନ୍ନ ପ୍ରକାରର ମାଂସ ରହିଛି ଯାହା ସେମାନେ ଖାଇପାରିବେ। ସେ କହିଛନ୍ତି ବିଭିନ୍ନ ମୁସଲିମ୍ ରାଷ୍ଟ୍ରରେ ମଦ ବ୍ୟାନ୍ ହୋଇଛି। ଯଦି ସେହିସବୁ ରାଷ୍ଟ୍ରରେ ମଦ ବ୍ୟାନ୍ ହୋଇପାରୁଛି, ଭାରତରେ ଅସମ୍ଭବ କାହିଁକି? ଏହା ସାଧୁଙ୍କ ଭୂମି, ଏଠାରେ ମଦ ସମ୍ପୂର୍ଣ୍ଣ ନିଷେଧ କରିବାର ସମୟ ଆସିଛି।
from Odisha Reporter http://bit.ly/2JF7S9l
No comments:
Post a Comment