‘ମୁଖ୍ୟମନ୍ତ୍ରୀ ହେବା ପାଇଁ ବ୍ୟାକୁଳ ଥିଲେ ନିରଞ୍ଜନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

‘ମୁଖ୍ୟମନ୍ତ୍ରୀ ହେବା ପାଇଁ ବ୍ୟାକୁଳ ଥିଲେ ନିରଞ୍ଜନ’

kanhu

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପାଇଁ ବ୍ୟାକୁଳ ଥିଲେ। ସେଥିପାଇଁ ବହୁ ଜ୍ୟୋତିଷ ଓ ବଡ଼ବଡ଼ ଲୋକଙ୍କ ସହ କଥା ହେଉଥିଲେ। କିନ୍ତୁ ସବୁଆଡୁ ନିରାଶ ହେବା ପରେ ଉପ-ମୁଖ୍ୟମନ୍ତ୍ରୀ ହେବା ପାଇଁ ଚେଷ୍ଟା କରିଥିଲେ। ଏହାକୁ ସାକାର କରିବା ପାଇଁ ଭାଇ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିକୁ ପଠାଇ ଷଡ଼ଯନ୍ତ୍ର ରଚିଛନ୍ତି।”

ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଏପରି ତୀର ମାରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କାହ୍ନୁଚରଣ ଲେଙ୍କା।

ସେ କହିଛନ୍ତି,“ଏଥର ନିର୍ବାଚନରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିବ ନାହିଁ। ତେଣୁ ନବୀନ ପଟ୍ଟନାୟକ କଂଗ୍ରେସର ସହଯୋଗ ଲୋଡ଼ିବେ ବୋଲି ନିରଞ୍ଜନ ପଟ୍ଟନାୟକଙ୍କୁ ଭରସା ଦିଆଗଲା। ବିଜେଡି ଓ କଂଗ୍ରେସର ମିଳିତ ମନ୍ତ୍ରିମଣ୍ଡଳ ହେଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ଓ ତାଙ୍କୁ ଉପ-ମୁଖ୍ୟମନ୍ତ୍ରୀ କରାଯିବ ବୋଲି କୁହାଯାଇଥିଲା।”

ଶ୍ରୀ ଲେଙ୍କା କହିଛନ୍ତି, ଖଣ୍ଡପଡ଼ାରେ ବହୁ ପୁରୁଖା କଂଗ୍ରେସ ନେତା ଥିଲେ। ମାତ୍ର ସେମାନଙ୍କୁ ଟିକେଟ୍‌ ଦିଆଗଲା ନାହିଁ। ତାଙ୍କ ଘରୋଇ କର୍ମଚାରୀଙ୍କୁ ଟିକେଟ୍‌ ଦିଆଗଲା। ସେ ଟିକେଟ ପାଇବା ପରେ ପ୍ରଥମେ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କଠାରୁ ଆଶୀର୍ବାଦ ନେଲେ। ଆଉ ସେ ନିର୍ବାଚନରେ ହାରିଲେ। ଏଭଳି କରିବା ପଛରେ ଉଦ୍ଦେଶ୍ୟ ହେଉଛି କଂଗ୍ରେସ୍‌କୁ ବଳି ଦେଇ ବିଜେଡିକୁ ଅକ୍ତିଆର କରିବା।

niranjanସେ କହିଛନ୍ତି,“ଓଡ଼ିଶାରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ରାଜ୍ୟ ନେତୃବୃନ୍ଦ ଦାୟୀ। ଏହି ବିପର୍ଯ୍ୟୟ ଆଦୌ ପ୍ରାକୃତିକ ନୁହେଁ। କୃତ୍ରିମ ଭାବେ ଏହି ବିପର୍ଯ୍ୟୟ କରାଯାଇଛି। କଂଗ୍ରେସକୁ ତଳିତଳାନ୍ତ କରିବା ପାଇଁ ଏକ ଷଡ଼ଯନ୍ତ୍ର କରାଯାଇଛି। ନିର୍ବାଚନ ଫଳାଫଳ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପରାଜୟ ସ୍ୱୀକାର କରୁଛନ୍ତି।”

ଶ୍ରୀ ଲେଙ୍କା କହିଛନ୍ତି. “ଦୁଃଖ ଓ ପରିତାପର ସହ ମୋତେ ଏହା କହିବାକୁ ପଡୁଛି ଯେ, ଟିକେଟ୍‌ ବଣ୍ଟନ ହେଲା ନାହିଁ। ପକେଟ୍‌ରୁ ଟିକେଟ୍ ଦିଆଗଲା। ନେତୃତ୍ୱର ପରାକାଷ୍ଠା ରହିଲା ନାହିଁ। ଯେତେବେଳେ ଯାହାକୁ ଚାହିଁଲେ, ଟିକେଟ୍ ଦେବାକୁ ଚାହିଁଲେ। ନିଜେ ପ୍ରଥମେ କହିଲେ ଗୋଟିଏ ପରିବାରରୁ ଜଣକୁ ଟିକେଟ୍‌ ଦିଆଯିବ। ପରେ ନିଜେ ସେହି ନିୟମକୁ ପରିବର୍ତ୍ତନ କଲେ। ନିଜେ ଦୁଇଟି ଜାଗାରେ ଛିଡ଼ା ହେଲେ ଓ ତା’ସହିତ ପୁଅକୁ ବି ଟିକେଟ୍‌ ଦେଲେ। ବାପ-ପୁଅ ଉଭୟ ହାରିଲେ। ସେମାନେ କଂଗ୍ରେସକୁ ଓଡ଼ିଶାର ବାପ-ପୁଅ ଦଳରେ ପରିଣତ କରି ଦେଲେ।”

କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କୁ ଇସାରା କରି ସେ କହିଛନ୍ତି,“ଆଉ ଜଣେ ନେତା ଅଛନ୍ତି, ଯିଏ ନିଜେ ଲଢ଼ିଲେନି, କିନ୍ତୁ ଦୁଇ ଝିଅଙ୍କ ମଧ୍ୟରୁ ଜଣଙ୍କୁ କଂଗ୍ରେସରୁ ଓ ଅନ୍ୟ ଜଣଙ୍କୁ ବିଜେଡିରେ ଛିଡ଼ା କରିଥିଲେ। ସେ କଂଗ୍ରେସର ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଅଛନ୍ତି। କଂଗ୍ରେସର କ’ଣ ପାଇଁ ବିପର୍ଯ୍ୟୟ ଘଟିଲା, ତା’ର କାରଣ ଖୋଜିବାକୁ ୨୧ ଜଣିଆ କମିଟି ଗଠନ କରାଯାଇଛି। କାରଣ ଖୋଜିବାକୁ ଯେଉଁମାନଙ୍କୁ କମିଟିରେ ରଖାଯାଇଛି, ସେମାନେ ନିଜେ ଏହି ବିପର୍ଯ୍ୟୟ ପାଇଁ ଦାୟୀ।”



from Odisha Reporter http://bit.ly/2WxQ1HL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages