ସ୍ଥିତି ସ୍ୱାଭାବିକ ହେବାକୁ ଆହୁରି ଦୁଇ ତିନି ଦିନ ଲାଗିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 4, 2019

ସ୍ଥିତି ସ୍ୱାଭାବିକ ହେବାକୁ ଆହୁରି ଦୁଇ ତିନି ଦିନ ଲାଗିବ

batya

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ର ମହାତାଣ୍ଡବ ପରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାକୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଥଇଥାନ କାମ ଆରମ୍ଭ ହୋଇଛି। ଖାସ୍ କରି ପ୍ରଭାବିତ ଲୋକଙ୍କ ପାଖରେ ପ୍ରାଥମିକତା ଭିତ୍ତିରେ ରିଲିଫ୍ ସାମଗ୍ରୀ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି। ଏନ୍‌ଡିଆର୍‌ଏଫ୍‌, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି। ଜିଲ୍ଲାପାଳମାନେ ପ୍ରତ୍ୟକ୍ଷ ଭାବେ କାମର ତଦାରଖ କରୁଛନ୍ତି।

ପୁରୀ ଓ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଉପୁଡ଼ ପଡ଼ିଥିବା ଗଛ ଓ ବିଦ୍ୟୁତ୍ ଖୁଣ୍ଟକୁ ହଟାଇ ରାସ୍ତା ସଫା କରିବା ଲାଗି ଉଦ୍ୟମ ଜାରି ରହିଛି। ତେବେ କେତେକ କ୍ଷେତ୍ରରେ ଉପକରଣ ଅଭାବ ପଡୁଥିବାରୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଏସବୁ ଉପକରଣ ମଗାଯାଇଥିବା ଏନଡିଆରଏଫ୍ ଡିଜି ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି। ସ୍ଥିତି ସ୍ୱାଭାବିକ କରିବାକୁ ଆଉ ଦୁଇରୁ ତିନି ଦିନ ଲାଗିବ ବୋଲି ସେ କହିଛନ୍ତି।

ଫୋନି ପ୍ରଭାବ ପୁରୀ ଓ ଖୋର୍ଦ୍ଧାର ସ୍ଥିତି ଅଧିକ ଖରାପ ଥିବାରୁ ଉଭୟ ଜିଲ୍ଲାରେ ଅତିରିକ୍ତ ଟିମ୍ ମୁତୟନ କରାଯାଇଥିବା ଏସ୍ଆରସି ବିଷ୍ଣୁପଦ ସେଠୀ କହିଛନ୍ତି।

‘ଫୋନି’ ତାଣ୍ଡବ ପରେ ଚାଲିଛି ରିଲିଫ୍ ଓ ଥଇଥାନ କାମ



from Odisha Reporter http://bit.ly/2vBsdmT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages