୨୦୧୯ ନିର୍ବାଚନ ଫଳାଫଳ ନବୀନ ଓ ବିଜେଡି ପାଇଁ ଟର୍ଣ୍ଣିଂପଏଣ୍ଟ ହେବ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

୨୦୧୯ ନିର୍ବାଚନ ଫଳାଫଳ ନବୀନ ଓ ବିଜେଡି ପାଇଁ ଟର୍ଣ୍ଣିଂପଏଣ୍ଟ ହେବ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ଫଳାଫଳକୁ ନେଇ ଆଜି ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଏକଜିଟ୍ ପୋଲର ଆକଳନ ପ୍ରଥମଥର ପାଇଁ ବିଜେଡି ପ୍ରତିଷ୍ଠାତା ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜନୀତିକ ଜୀବନରେ ‘ଟର୍ଣ୍ଣିଂ ପଏଣ୍ଟ’ ପାଲଟିବାର ସମ୍ଭାବନା ରହିଛି। ଏହା ମଧ୍ୟ ଓଡ଼ିଶା ରାଜନୀତିରେ ଦୀର୍ଘ ଦୁଇ ଦଶନ୍ଧି ଧରି ବିଜେଡି ଓ ନବୀନଙ୍କ ମାତ୍ରାଧିକ ପ୍ରଭାବ ଉପରେ ଅଙ୍କୁଶ ଲାଗିଥିବାର ସ୍ପଷ୍ଟ ସଙ୍କେତ ଦେଇଛି।

୨୦୦୦ ମସିହା ମେ’ ମାସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ନବୀନ ଦୀର୍ଘବର୍ଷ ଧରି ରାଜ୍ୟ ରାଜନୀତିରେ ଅପ୍ରତିଦ୍ୱନ୍ଦ୍ୱୀ ପାଲଟିଛନ୍ତି। କିନ୍ତୁ ଆଜିର ଏକଜିଟ୍ ପୋଲ ରିପୋର୍ଟ ଓଡ଼ିଶାରେ ନବୀନଙ୍କ ଲୋକପ୍ରିୟତା ହ୍ରାସ ସହ ବିଜେଡିଠାରୁ ଲୋକେ ମୁହଁ ଫେରାଉଥିବାର ସନ୍ଦେଶ ଦେଇଛି।

ଦେଶର ଏକମାତ୍ର ଦଳ ଭାବେ ଓଡ଼ିଶାରେ ବିଜେଡି ଗତ ଦୁଇ ଦଶନ୍ଧି ଧରି ପ୍ରତ୍ୟେକ ନିର୍ବାଚନରେ ସଫଳତା ହାସଲ କରିଚାଲିଥିଲାବେଳେ ନବୀନ ଥିବା ପର୍ଯ୍ୟନ୍ତ ରାଜ୍ୟରେ ଅନ୍ୟ କୌଣସି ଦଳକୁ ନିର୍ବାଚନୀ ସଫଳତା ମିଳିବ ନାହିଁ ବୋଲି ବିଜେଡି ନେତାମାନଙ୍କ ମଧ୍ୟରେ ରହିଥିବା ଦୃଢ଼ ଆତ୍ମବିଶ୍ୱାସକୁ ଏଥର ଶକ୍ତ ଧକ୍କା ଲାଗିଛି। ଏକଜିଟ୍ ପୋଲଗୁଡ଼ିକର ଆକଳନକୁ ବିଶ୍ଲେଷଣ କଲେ ୨୦୧୪ ନିର୍ବାଚନରେ ମୋଦି ହାୱା ଓଡ଼ିଶାରେ ଫେଲ୍ ମାରିଥିବାବେଳେ ଏଥର ନବୀନଙ୍କ ବିଜେଡିକୁ କଡ଼ା ଟକ୍କର ଦେଇ ବିଜେପି ରାଜ୍ୟରେ ଦୁଇ ଅଙ୍କ ବିଶିଷ୍ଟ ଲୋକସଭା ଆସନ ହାତେଇବାର ଯଥେଷ୍ଟ ସମ୍ଭାବନା ରହିଛି।

୨୦୧୪ ସାଧାରଣ ନିର୍ବାଚନରେ ମୋଟ ୨୧ଟି ଲୋକସଭା ଆସନରୁ ୨୦ଟିରେ ବିଜୟୀ ହୋଇଥିବା ବିଜେଡିକୁ ୨୦୧୯ ସାଧାରଣ ନିର୍ବାଚନରେ ବିଜେପିଠୁ କଡ଼ା ଟକ୍କର ମିଳିଛି। ଇଣ୍ଡିଆଟୁଡେ-ଆକ୍ସିସର ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ବିଜେଡିକୁ ମାତ୍ର ୨ରୁ ୬ଟି ସିଟ୍ ଓ ବିଜେପିକୁ ୧୫-୧୯ଟି ସିଟ୍ ମିଳିବ। କଂଗ୍ରେସ ଖାତା ଖୋଲିପାରିବ ନାହିଁ। ସେହିପରି ରିପବ୍ଲିକ- ସି’ ଭୋଟରର ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ବିଜେଡିକୁ ୧୧ ଓ ବିଜେପିକୁ ୧୦ଟି ସିଟ୍ ମିଳିବାର ଥିବାବେଳେ କଂଗ୍ରେସକୁ ସମ୍ପୂର୍ଣ୍ଣ ନିରାଶ ହେବାକୁ ପଡ଼ିବ।

ସେହିପରି ଏବିପି-ନେଲସନର ଆକଳନ ଅନୁସାରେ ବିଜେଡିକୁ ୧୨ଟି ଓ ବିଜେପିକୁ ୯ଟି ଆସନ ମିଳିବାକୁ ଥିବାବେଳେ କଂଗ୍ରେସ ଖାତା ଖୋଲିପାରିବ ନାହିଁ। ଏନଡିଟିଭିର ପୋଲ୍ ଅଫ ପୋଲ୍ସ ଆକଳନ ଅନୁସାରେ ବିଜେଡି ଓ ବିଜେପିକୁ ୧୦ଟି ଲେଖାଏ ସିଟ୍ ମିଳିବ। ନ୍ୟୁଜ-୧୮ ଓ ଆଇପିଏସଓଏସ୍ ଆକଳନ ଅନୁସାରେ ବିଜେଡିକୁ ୧୨-୧୪ଟି, ବିଜେପିକୁ ୬ରୁ ୮ଟି ଓ କଂଗ୍ରେସକୁ ଗୋଟିଏ ସିଟ୍ ମିଳିପାରେ। ଲୋକସଭା ଆସନଗୁଡ଼ିକରେ ବିଜେଡିର ଏଭଳି ନିରାଶାଜନକ ପ୍ରଦର୍ଶନ ଓ ବିଜେପିର ଭଲ ରେଜଲ୍ଟ ମଧ୍ୟ ବିଧାନସଭା ଫଳାଫଳକୁ ପ୍ରଭାବିତ କରିବାର ଯଥେଷ୍ଟ ସଙ୍କେତ ଦେଉଛି। ଯଦିଓ ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନରେ ଜନମତ ଭିନ୍ନ ଭିନ୍ନ ରହିଥିବା ରାଜନୀତିକ ପଣ୍ଡିତମାନେ ଆକଳନ କରୁଛନ୍ତି ତଥାପି ନବୀନଙ୍କ ଲୋକପ୍ରିୟତାରେ ଆଶ୍ଚର୍ଯ୍ୟଜନକ ହ୍ରାସ ଏବେ ବିଜେଡିକୁ ଚିନ୍ତାରେ ପକାଇଛି।

ବିଭିନ୍ନ ସଂସ୍ଥା ପକ୍ଷରୁ ଆସିଥିବା ଏହି ଏକଜିଟ୍ ପୋଲ୍ ଦୀର୍ଘ ଦୁଇ ଦଶନ୍ଧି ମଧ୍ୟରେ ପ୍ରଥମଥର ପାଇଁ ଓଡ଼ିଶା ରାଜନୀତିରେ ଚହଳ ପକାଇଥିବାବେଳେ ନବୀନଙ୍କ ଲୋକପ୍ରିୟତାକୁ ଶକ୍ତ ଧକ୍କା ଲାଗିଛି। ଯେଉଁ ନବୀନଙ୍କୁ ବ୍ରାଣ୍ଡ ଆମ୍ବାସାଡର ଓ ଦଳର ‘ଚେହେରା’ ଭାବେ ଆଗରେ ରଖି ବିଜେଡି ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତୁଥିଲା ସେଥିରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ଯଦି ଏହି ଏକଜିଟ୍ ପୋଲ ରିପୋର୍ଟଗୁଡ଼ିକର ଆକଳନ ସତ୍ୟ ସାବ୍ୟସ୍ତ ହୁଏ,ତା’ହେଲେ ଜାତୀୟ ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିବାକୁ ଆଶାବାନ୍ଧିଥିବା ବିଜେଡିକୁ ମଧ୍ୟ ନିରାଶ ହେବାକୁ ପଡ଼ିବ।

କେନ୍ଦ୍ରରେ ସରକାର ଗଠନ ପାଇଁ ନିଜର ସମର୍ଥନ ଦେବା ଆଳରେ ‘ମୂଲଚାଲ’ ରାଜନୀତି ଆପଣାଇବାକୁ ଚିନ୍ତା କରିଥିବା ବିଜେଡି ନିଜସ୍ୱ ବାଧ୍ୟବାଧକତା ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ଆଗରେ ନିଜକୁ ସମର୍ପଣ କରିବାର ସମ୍ଭାବନା ରହିଛି। ତା’ସହିତ ରାଜ୍ୟ ରାଜନୀତିରେ ନବୀନ ଓ ତାଙ୍କ ଟିମଙ୍କୁ ମଧ୍ୟ ନିଜର ଏକଛତ୍ରବାଦୀ ଆଭିମୁଖ୍ୟରୁ ଓହରି ସାଧାରଣ ଲୋକଙ୍କ ସହ ରାଜନୀତିକ ଡିଲ୍ କରିବାକୁ ବାଧ୍ୟ କରିବ। ଦୀର୍ଘ ଦୁଇ ଦଶନ୍ଧି ଧରି ଦଳୀୟ କର୍ମୀ,ନେତା ଓ ସାଧାରଣ ଭୋଟରଙ୍କଠୁ ପ୍ରତ୍ୟକ୍ଷ ତଥା ଉଦ୍ଦେଶ୍ୟମୂଳକ ଭାବେ ଦୂରେଇ ରହୁଥିବା ନବୀନ ଚଳିତଥର ରାଜ୍ୟରେ ସରକାର ଗଠନ କରିବାର ସମ୍ଭାବନା ଥିଲେ ମଧ୍ୟ କ୍ଷମତା ରାଜନୀତିରେ ତିଷ୍ଠିବା ଯେ କେତେ କଷ୍ଟକର, ତା’ର ତିକ୍ତ ଅନୁଭୂତି ସାଉଁଟିବାର ଯଥେଷ୍ଟ ସମ୍ଭାବନା ରହିଛି। ଯାହାକି ନବୀନଙ୍କ ରାଜନୀତିକ ଜୀବନରେ ଟର୍ଣ୍ଣିଂପଏଣ୍ଟ ପାଲଟିବ ବୋଲି ଚର୍ଚ୍ଚା ହେଉଛି।



from Odisha Reporter http://bit.ly/2Wb9TQB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages