ଆକାଶରୁ ଖସୁଛି ଅଗ୍ନି ପିଣ୍ଡୁଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ଆକାଶରୁ ଖସୁଛି ଅଗ୍ନି ପିଣ୍ଡୁଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ। ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି । ତାତି ସାଙ୍ଗକୁ ଝାଂଜିମାଡ଼ କଲବଲ କରିପକାଉଛି। ଗତକିଛି ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି । ପାଣିପାଗ ବିଭାଗ କହୁଛି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ପାଇବା ମୁସ୍କିଲ୍ । ଏପଟେ ୮ଟି ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ଏଭଳି ସ୍ଥିତିରେ ଏବେ ସମସ୍ତଙ୍କ ଅପେକ୍ଷା ମୌସୁମୀର ଆଗମନକୁ ।

ପାଣିପାଗ ବିଭାଗର ଆକଳନ କହୁଛି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ମିଳିବା ସମ୍ଭାବନା ନାହିଁ । ଆଗକୁ ତାତି ଆହୁରି ବଢ଼ିବାର ଆଶଙ୍କା ଥିବାବେଳେ ୮ଟି ଜିଲ୍ଲା ବଲାଙ୍ଗିର, ସୁବର୍ଣ୍ଣପୁର, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଝାରସୁଗୁଡ଼ା ପାଇଁ ଜାରି ହୋଇଛି ୟେଲୋ ୱାଣ୍ଣିଂ।

ଏସବୁ ସ୍ଥାନରେ ଅସମ୍ଭାଳ ତାତି ସାଙ୍ଗକୁ ଝାଂଜି ପବନ ମାଡ଼ ହେବ। ତେବେ ୩ ଦିନ ପରେ ପାଣିପାଗରେ ସାମାନ୍ୟ ସୁଧାର ଆସିବାର ସମ୍ଭାବନା ରହିଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଗତକାଲିଠାରୁ ଆଣ୍ଡାମାନ ଛୁଇଁ ସାରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ୍ ୬ ସୁଦ୍ଧା କେରଳକୁ ଭିଜାଇବା ପରେ ଏହାର ପ୍ରାୟ ୮ଦିନ ପରେ ୧୪ କିମ୍ବା ୧୫ରେ ଓଡ଼ିଶାରେ ମୌସୁମୀ ପ୍ରବେଶ କରିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।



from Odisha Reporter http://bit.ly/2LTB5zt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages