ବାପା ହେବାକୁ ଯାଉଛନ୍ତି କମେଡି କିଙ୍ଗ୍‌ କପିଲ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ବାପା ହେବାକୁ ଯାଉଛନ୍ତି କମେଡି କିଙ୍ଗ୍‌ କପିଲ୍‌!

ମୁମ୍ବାଇ: ସବୁବେଳେ ପ୍ରଫେସ୍‌ନାଲ୍‌ ଏବଂ ପର୍ସନାଲ୍‌ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହୁଥିବା କମେଡ଼ି କିଙ୍ଗ୍‌ କପିଲ୍‌ ଶର୍ମାଙ୍କ ଲାଇଫ୍‌ରେ ଏବେ କିଛି ନୂଆ ହେବାକୁ ଯାଉଛି। ସେ ଏବେ ସମସ୍ତଙ୍କୁ ଖୁସି ଖବର ଦେବାକୁ ଯାଉଛନ୍ତି।

ସୂଚନା ଅନୁସାରେ କପିଲ୍‌ ଶର୍ମା ଏବେ ବାପା ହେବାକୁ ଯାଉଛନ୍ତି। ତାଙ୍କ ପତ୍ନୀ ଗିନ୍ନି ଚତ୍‌ରଥ୍‌ ଶୀଘ୍ର ମାଆ ହେବାକୁ ଯାଉଛନ୍ତି ବୋଲି ଶୁଣାଯାଉଛି। ଯଦି ଏହା ସତ ତାହାଲେ ଏହା କପିଲ୍‌ ଏବଂ ତାଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଏହି ବିଷୟରେ କିନ୍ତୁ କପିଲ୍‌ଙ୍କ ପରିବାର ପକ୍ଷରୁ କିଛି ବି ଘୋଷଣା କରାଯାନାହିଁ।

ଏଠାରେ ଆମେ କହି ରଖିବାକୁ ଚାହଁଛୁ ଯେ, କପିଲ୍‌ ଶର୍ମାଙ୍କ ଶୋ’ ‘ଦି କପିଲ୍‌ ଶର୍ମା ଶୋ’ ନଂ ୧ କମେଡି ଶୋ’ର ମୁକୁଟ ପିନ୍ଧି ସାରିଛି। ସେ ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ଶୋ’ ଭାବେ ସାର୍ଟିଫିକେଟ୍‌ ପାଇସାରିଛନ୍ତି। ଏହାକୁ ସେ ସୋଶାଲ୍‌ ସାଇଟ୍‌ ଇନଷ୍ଟାଗ୍ରାମ୍‌ରେ  ଶେଆର କରିଛନ୍ତି। ଏହି ଅବସରରେ ଫ୍ୟାନ୍ସମାନେ ମଧ୍ୟ କପିଲ୍‌ଙ୍କୁ ଶୁଭକାମନା ଦେଇଛନ୍ତି।

କପିଲ୍‌ ପୁଣି ଥରେ ଶୋ’କୁ ଆସିବା ପରେ ଶୋ’ର ଟିଆର୍‌ପି ମଧ୍ୟ ବଢ଼ୁଛି। ଲଗାତାର ଶୋ’ ଟପ୍‌ ୧୦ରେ ନିଜ ସ୍ଥାନ ପକ୍କା କରିନେଇଛି।



from Odisha Reporter http://bit.ly/2WhMjSe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages