
କଲମ୍ୱୋ: ମଦକୁ ନେଇ ଶ୍ରୀଲଙ୍କାରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଛି। ମୁସଲିମ ଏବଂ ଖ୍ରୀଷ୍ଟିୟାନଙ୍କ ମଧ୍ୟରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି। ଏ ନେଇ ଶ୍ରୀଲଙ୍କାର ରୋମାନ କ୍ୟାଥଲିକ୍ ଚର୍ଚ୍ଚ ଶାନ୍ତି ବଜାୟ ରଖିବାକୁ ନିବେଦନ କରିଛନ୍ତି। ଏଥିସହ ସ୍ଥାନୀୟ ଅଞ୍ଚଳରେ ଆଲକହଲ ବିକ୍ରି ଉପରେ ବାରଣ କରିବା ପାଇଁ ସରକାରଙ୍କୁ ଆହ୍ୱାନ କରିଛନ୍ତି।
ସୋମବାର ରାତି(ଶ୍ରୀଲଙ୍କା ସମୟାନୁସାରେ)ରେ ନଗୋମ୍ୱୋରେ ଥିବା ମୁସଲିମ ଦୋକାନ, ଘର ଏବଂ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ପରେ ଶତାଧିକ ସୁରକ୍ଷାବଳୟ ସଂପୃକ୍ତ ସ୍ଥାନକୁ ଆସି କର୍ଫ୍ୟୁ ଜାରି କରିଛନ୍ତି।
ସୂଚନାଯୋଗ୍ୟ ଯେ ଇଷ୍ଚରସଣ୍ଡେ ପର୍ବ ପାଳନ ବେଳେ ସନ୍ଦିଗ୍ଧ ଆତଙ୍କବାଦୀ ଆଇଏସଆଇଏସ ଦ୍ୱାରା ଶ୍ରୀଲଙ୍କାରେ ବିଭିନ୍ନ ପର୍ଯ୍ୟାୟରେ ପାଖାପାଖି ୧୫ଥର ବିସ୍ଫୋରଣ କରାଯାଇଥିଲା। ମୋଟ ୩୫୯ ଜଣଙ୍କର ଏହି ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ବେଳେ ନଗୋମ୍ୱୋରେ ୧୦୦ରୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥିଲା।
ଏହି ଘଟଣାରେ ସିସିଟିଭି ଫୁଟେଜ ଆଧାରରେ ୨ ଜଣଙ୍କୁ ପୁଲିସ ଗିରଫ କରିଥିବାବେଳେ ୩ ଜଣ ପୁଲିସ କର୍ମୀ ଗିରଫ ହୋଇଥିବା ସୂଚନା ରହିଛି। ଯେଉଁମାନେ ଆହତ ହୋଇଛନ୍ତି କିମ୍ବା ତାଙ୍କ ଘର ଆକ୍ରମଣରେ ନଷ୍ଟ ହୋଇଯାଇଛି ସେମାନଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
from Odisha Reporter http://bit.ly/2LnKyyJ
No comments:
Post a Comment