
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଳୁନି ରିଲିଫ। ଏହାର ପ୍ରତିବାଦରେ ଲୋକେ ରାସ୍ତାକୁ ଉହ୍ଲାଇଛନ୍ତି। ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକର ଶତାଧିକ ଲୋକ ଆଜି ଜଗତସିଂହପୁର-କନ୍ଦରପୁର ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଏଥିପାଇଁ ପ୍ରଶାସନିକ ଉଦାସୀନତାକୁ ସେମାନେ ଦାୟି କରିଛନ୍ତି।
ରିଲିଫ୍ ଦାବିରେ ଦୋଗଛିଆ, ଅଣଖିଆ, ବାଲିଆ, ବିରିଡ଼ି ଓ ହାଜିପୁର ଆଦି ୧୦ଟି ସ୍ଥାନରେ ରାସ୍ତାରୋକ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଉତ୍ତ୍ୟକ୍ତ ଲୋକେ। ଖବର ପାଇ ଜଗତସିଂହପୁର ଉପଜିଲ୍ଲାପାଳ, ସଦର ଏସ୍ଡିପିଓ, ବିରିଡ଼ି ବିଡିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ପ୍ରାୟ ଘଣ୍ଟାଏ ଧରି ଆଲୋଚନା କରିଥିଲେ। ପରେ ଉତ୍ତେଜନା ଥମିଥିଲା। ବାତ୍ୟା ପ୍ରଭାବିତଙ୍କୁ ଆସନ୍ତା ଦୁଇ ଦିନ ଭିତରେ ରିଲିଫ ମିଳିବା ନେଇ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।
ଗତକାଲି ମଧ୍ୟ ସମାନ ଦାବି ନେଇ ବିରିଡ଼ିର କିଛି ଲୋକ ବ୍ଲକ୍ ଓ ତସହିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
from Odisha Reporter http://bit.ly/2VQCDxK
No comments:
Post a Comment