ଭାରତୀୟ କ୍ରିକେଟ୍‌ରେ ପ୍ରଥମ: ବିସିସିଆଇ କନକ୍ଲେଭରେ ଯୋଗଦେବେ ମହିଳା ଟିମ୍‌ର କୋଚ୍‌ ଓ କ୍ୟାପ୍ଟେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ଭାରତୀୟ କ୍ରିକେଟ୍‌ରେ ପ୍ରଥମ: ବିସିସିଆଇ କନକ୍ଲେଭରେ ଯୋଗଦେବେ ମହିଳା ଟିମ୍‌ର କୋଚ୍‌ ଓ କ୍ୟାପ୍ଟେନ୍‌

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ରେ ପୂର୍ବରୁ କେବେ ଯାହା ଘଟି ନଥିଲା ଆସନ୍ତା ୧୭ ତାରିଖରେ ସେକଥା ଘଟିବାକୁ ଯାଉଛି। ପ୍ରଥମଥର ପାଇଁ ବିସିସିଆଇ ପକ୍ଷରୁ ଅୟୋଜିତ ବାର୍ଷିକ କନକ୍ଲେଭରେ ସବୁ ରାଜ୍ୟର ମହିଳା ଟିମ୍‌ର କୋଚ୍‌ ଏବଂ କ୍ୟାପ୍ଟେନ୍‌ମାନେ ଯୋଗଦେବେ। ସେମାନେ ଏହି କନକ୍ଲେଭ୍‌ରେ ନିଜର ସମସ୍ୟା ଏବଂ ଅନ୍ୟ ପରାମର୍ଶ ବିସିସିଆର ପ୍ରଶାସନିକ କମିଟି ଆଗରେ ଉପସ୍ଥାପନ କରିବେ।

ପୂର୍ବରୁ ପ୍ରତିବର୍ଷ ବିସିସିଆଇ ପକ୍ଷରୁ ‘ଆନୁଆଲ ଡୋମେଷ୍ଟିକ୍‌ କ୍ୟାପ୍ଟେନ୍ସ ଆଣ୍ଡ କୋଚେସ୍‌ କନକ୍ଲେଭ’ ଆୟୋଜନ ହେଉଥିଲା। ଏଥିରେ ପୁରୁଷ ଟିମ୍‌ର କୋଚ ଏବଂ ଅଧିନାୟକମାନେ ଯୋଗଦେଉଥିଲେ। ହେଲେ ଏହି ନିୟମ ବଦଳିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମେ’ ୧୭ ତାରିଖରେ ମୁମ୍ବାଇ ଠାରେ କନକ୍ଲେଭ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ରାଜ୍ୟର ମହିଳା ଟିମ୍‌ର କୋଚ ଏବଂ ଅଧିନାୟକମାନେ ସେମାନଙ୍କ ପୁରୁଷ ଟିମ୍‌ର ପ୍ରତିନିଧିମାନଙ୍କ ସହ  ଯୋଗଦେବେ। ମହିଳା ଟିମ୍‌ଗୁଡ଼ିକ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ବିସିସିଆଇ ସେମାନଙ୍କ ପାଇଁ କ’ଣ କଲେ ଭଲ ହେବ, ସେକଥା ସେମାନେ ଏହି କନକ୍ଲେଭରେ କହିପାରିବେ।



from Odisha Reporter http://bit.ly/2H4yZXF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages