୨୩ ପରିବର୍ତ୍ତେ ୨୪ରେ ପ୍ରକାଶ ପାଇପାରେ ନିର୍ବାଚନ ଫଳାଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

୨୩ ପରିବର୍ତ୍ତେ ୨୪ରେ ପ୍ରକାଶ ପାଇପାରେ ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: ମେ ୨୩ ପରିବର୍ତ୍ତେ ୨୪ ତାରିଖରେ ପ୍ରକାଶ ପାଇପାରେ ଚଳିତ ସଧାରଣ ନିର୍ବାଚନର ସମ୍ପୂର୍ଣ୍ଣ ଫଳାଫଳ। ଇଭିଏମ ସହ ୫ଟି ଭିଭିପ୍ୟାଟର ଭୋଟକୁ ମିଳାଇବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଫଳାଫଳରେ ବିଳମ୍ୱ ହୋଇପାରେ ବୋଲି ସୂଚନା ରହିଛି।

ବିରୋଧୀଙ୍କ ଅଭିଯୋଗ କ୍ରମେ ଏପ୍ରିଲ ୮ରେ ସୁପ୍ରିମକୋର୍ଟ ଇଭିଏମ ସହିତ ଗୋଟିଏ ଭିଭିପ୍ୟାଟ୍ ପରିବର୍ତ୍ତେ ୫ଟି ଭିଭିପ୍ୟାଟର ଭୋଟ୍ ମିଳାଇବାକୁ ନିର୍ବାଚନ କମିଶନଙ୍କୁ କହିଛନ୍ତି। ଏଥିପାଇଁ ଅଧିକ ୫ରୁ ୬ ଘଣ୍ଟା ସମୟ ଗଣତି ପାଇଁ ଲାଗିବ ବୋଲି ଇସି ପକ୍ଷରୁ ସୂଚନା ମିଳିଛି। ତେଣୁ ସମ୍ପୂର୍ଣ୍ଣ ଫଳାଫଳ ପାଇଁ ୨୩ ପରିବର୍ତ୍ତେ ୨୪ ତାରିଖ ହୋଇପାରେ ବୋଲି ସୂଚନା ରହିଛି।

ଗତକାଲି ଏହି ପ୍ରସଙ୍ଗରେ ବିରୋଧୀ ଇଭିଏମ ସହ ଭିଭିପ୍ୟାଟର ୫୦ ପ୍ରତିଶତ ଭୋଟ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ପରେ ଏହାକୁ ସର୍ବନିମ୍ନ ୨୫ ପ୍ରତିଶତ ଭୋଟ ମିଳାଇବା ପାଇଁ ଆବେଦନ କରିଥଲେ ତେଲୁଗୁ ଦେଶମ ପାର୍ଟି ନେତୃତ୍ୱାଧୀନ ୨୧ ବିରୋଧୀ ଦଳ। ତେବେ ସୁପ୍ରିମକୋର୍ଟ ଏହାକୁ ଖାରଜ କରି ଦେଇଥିଲେ।



from Odisha Reporter http://bit.ly/2ZX1ork

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages