ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ମାସ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏଫଆଇଏଚ୍ ପୁରୁଷ ହକି ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ୧୮ ଜଣିଆ ଦଳରେ ୨ ଓଡ଼ିଆ-ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ସାମିଲ ହୋଇଛନ୍ତି। ଅଧିନାୟକ ଭାବେ ମନପ୍ରୀତ ସିଂହଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଦଳର ଉପ ଅଧିନାୟକ ହୋଇଛନ୍ତି ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା।
ଦୀର୍ଘ ୯ ମାସଧରି କହୁଣୀ ସମସ୍ୟା ପାଇଁ ଛୁଟିରେ ଥିବା ରମନଦୀପ ସିଂହ ମଧ୍ୟ ଏହି ସିରିଜରେ ଭାଗ ନେବେ ବୋଲି ସ୍ପଷ୍ଟ ହୋଇଛି। ସେହିପରି ଡିଫେନ୍ସ ପାଇଁ କୋଠଜିତ ସିଂହଙ୍କ ସ୍ଥାନରେ ଅମିତ ରୋହିଦାଶଙ୍କୁ ସୁଯୋଗ ମିଳିଥିବା ଜଣାପଡ଼ିଛି। ଏବଂ ଫରଓ୍ୱାର୍ଡରେ ଅରମାନ କ୍ୟୁରେସିଙ୍କ ସ୍ଥାନରେ ସିମ୍ରନଜିତ ସିଂହ ଖେଳିବେ ବୋଲି ଜଣାପଡ଼ିଛି।
ଏଫଆଇଏଚ୍ ପୁରୁଷ ହକି ସିରିଜର ପ୍ରଥମ ମ୍ୟାଚ ଜୁନ ୬ରେ ଭାରତ ଋଷିଆ ବିପକ୍ଷରେ ଖେଳିବ। ଏହି ମ୍ୟାଚରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ଭାରତୀୟ ହକି ଟିମର କୋଚ୍ ଗ୍ରାହମ ରେଇଡ୍ କହିଛନ୍ତି ଆମ ଟିମର ଉଦ୍ଦେଶ୍ୟ ପ୍ରତ୍ୟେକ ଟିମକୁ ସମାନ ଭାବରେ ଦେଖିବା। କିଭଳି ଭଲ ଗୋଲ୍ ଅନ୍ୟ ଦଳ ତୁଳନାରେ ଭାରତୀୟ ଟିମ୍ ଦେଇ ପାରିବ ସେ ବାବଦରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କୋଚ୍ ଗ୍ରାହମ ରେଇଡ୍ କହିଛନ୍ତି। ନିକଟରେ ଅଷ୍ଟ୍ରେଲିଆ ପାଖରୁ ଭାରତ ୨-୫ରେ ସିରିଜ୍ ହାରିବା ପରେ ଦଳ ଅନେକ ସ୍ଥାନରେ ନିଜର ଭୁଲ ସୁଧାରିବାରେ ସକ୍ଷମ ହୋଇଛି ବୋଲି କୋଚ୍ କହିଛନ୍ତି।
ସୂଚନାଯୋଗ୍ୟ, ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ବ୍ୟତୀତ ଏସିଆନ୍ ଗେମ୍ସ ଚାମ୍ପିଅନ୍ ଜାପାନ, ମେକ୍ସିକୋ, ଆମେରିକା, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ରୁଷ୍, ଉଜବେକିସ୍ତାନ ଟିମ୍ ଭାଗ ନେଉଛନ୍ତି।
from Odisha Reporter http://bit.ly/2QtVuK2
No comments:
Post a Comment