ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆସନ୍ତାକାଲି ପୂବାହ୍ନ ସାଢ଼େ ୧୦ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂଆ ସରକାର ଶପଥ ନେବ। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହା ପୂର୍ବରୁ ମନ୍ତ୍ରିମଣ୍ଡଳରେ କିଏ କିଏ ସ୍ଥାନ ପାଇବେ ସେନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏଥର ଜିଲ୍ଲା ଗୁଡ଼ିକରୁ ଉପଯୁକ୍ତ ପ୍ରତିନିଧିତ୍ୱ ଦେବାକୁ ନବୀନ ଯୋଜନା କରୁଥିବା କୁହାଯାଉଛି।
ସମ୍ଭାବ୍ୟ ତାଲିକା ଅନୁସାରେ ଗଞ୍ଜାମ ଜିଲ୍ଲାରୁ ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର, ଗୋପାଳପୁରର ନିର୍ବାଚିତ ତଥା ଜିଲ୍ଲା ବିଜେଡି ସଭାପତି ଗୋପାଳ ପାଣିଗ୍ରାହୀ ଏବଂ କବିସୂର୍ଯ୍ୟନଗରରୁ ପ୍ରଥମ ଥର ପାଇଁ ବିଜୟୀ ହୋଇଥିବା ଲତିକା ପ୍ରଧାନ ଏବଂ ନବରଙ୍ଗପୁର ଜିଲ୍ଲାରୁ ମନୋହର ରନ୍ଧାରୀ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି।
ସେହିପରି ପଶ୍ଚିମ ଓଡ଼ିଶାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବରଗଡ଼ ଜିଲ୍ଲାରୁ ସୁଶାନ୍ତ ସିଂହ, ବଲାଙ୍ଗିରରୁ ଟୁକୁନି ସାହୁ, ସୁବର୍ଣ୍ଣପୁରରୁ ନିରଞ୍ଜନ ପୂଜାରୀ, ଝାରସୁଗୁଡ଼ାରୁ ନବକିଶୋର ଦାସ ଓ ସମ୍ବଲପୁରରୁ ରୋହିତ ପୂଜାରୀଙ୍କୁ ସ୍ଥାନ ମିଳିପାରେ।
from Odisha Reporter http://bit.ly/2McDWDA
No comments:
Post a Comment