କିପରି କରିବେ ଖରାଦିନିଆ ଥଣ୍ଡାର ଘରୋଇ ଉପଚାର? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

କିପରି କରିବେ ଖରାଦିନିଆ ଥଣ୍ଡାର ଘରୋଇ ଉପଚାର?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଖରା ଦିନେ ପାରଦ ବଢିବା ସହ ଅସ୍ତବ୍ୟସ୍ତ କରିପକାଏ ତାତି। ବାହାରକୁ କିଛି କାମ ପାଇଁ ଆସିଥିଲେ ଘରକୁ ଫେରି ଗାଧୋଇ ପଡିବାକୁ ଇଚ୍ଛା ହୁଏ। ଏଥିସହ ନିୟମିତ ଭାବେ ଥଣ୍ଡା ପାଣି ପିଇବା, ଅଧିକ ସମୟ ଏସିରେ ରହିବାକୁ ମଜା ଲାଗିଥାଏ। ହେଲେ ଏଥିଯୋଗୁ ବେଳେବେଳେ ଆମକୁ ହୋଇଯାଏ ଖରା ଦିନିଆ ଥଣ୍ଡା ଜ୍ୱର ଆଦି।  ଆଉ ଏହି ଥଣ୍ଡା ସମସ୍ତଙ୍କୁ ନାକେଦମ କରିଦିଏ।

ଖରା ଦିନେ ହୋଇଥିବା ଥଣ୍ଡା ଶୀତ ଦିନେ ହେଉଥିବା ଥଣ୍ଡା ଅପେକ୍ଷା ଅଧିକ କଷ୍ଟଦାୟକ ହୋଇଥାଏ। ଏହି ସମୟରେ ଆପଣଙ୍କ ପେଟ ସମସ୍ୟା ସହ ଲଗାତାର ଝିଙ୍କିବା, କାଶ ହେବା ଆଦି ସମସ୍ୟା ମଧ୍ୟ ଦେଖାଯାଏ। ଏହି ସମୟରେ ଜ୍ୱର ହେବା ସହ ଯଦି ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହୁଏ ଆଉ ତଣ୍ଟି ଦରଜ ରୁହେ, ତା ହେଲେ ଡେରି ନ କରି ତତ୍‌କ୍ଷଣାତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। କିନ୍ତୁ ଆଜି ଆମେ କହିବାକୁ ଯାଉଛୁ, ଖରା ଦିନେ ଯଦି ଆପଣଙ୍କୁ ଥଣ୍ଡା  ହୁଏ ତାହାହେଲେ କ’ଣ କରିବେ ଘରୋଇ ଉପଚାର।

କିପରି କରିବେ ଉପଚାର

ଏକ କପ୍‌ ପାଣିରେ ଏକ ଚାମଚ ଆପଲ୍‌ ସାଇଡର ଭିନେଗାର ମିକ୍ସ କରି ସେଥିରେ ମହୁ ପକାନ୍ତୁ। ଏହି ମିଶ୍ରଣରୁ କପେ କିମ୍ୱା ୨ କପ୍‌ ପିଇ ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ କାଶ ଓ ଥଣ୍ଡା ସମସ୍ୟାରୁ ବହୁ ମାତ୍ରାରେ ଉପଶମ ପାଇପାରିବୁ।

ଖରା ଦିନେ ଥଣ୍ଡା ହେଲେ ଅଦା ରାମବାଣ ପରି କାମ ଦେଇଥାଏ। ଏକ ଛୋଟ ଖଣ୍ଡ ଅଦାକୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ ଓ ଏହାକୁ ଲେମ୍ବୁ ରସ ଓ ମହୁ ସହ ମିଶାଇ ପିଇନ୍ତୁ। ଦେଖିବେ କିପରି ଆରାମ ଅନୁଭବ କଲେ।

ଅଦା ସହ ତୁଳସୀ ପତ୍ରକୁ ମିଶାଇ ବାଟି ଦିଅନ୍ତୁ। ଏହି ମିଶ୍ରଣକୁ କିଛି ଗରମ ପାଣିରେ ମିଶାଇ ଦିଅନ୍ତୁ। ଏହାକୁ ଦିନକୁ ୨ ଥର ପିଅନ୍ତୁ। ଏହାଦ୍ୱାରା ବହୁତ ଲାଭ ପାଇବେ।

ରସୁଣ ପ୍ରାକୃତିକ ରକ୍ତ ଶୋଧକ ଅଟେ। ଓ ଏହାର ଆଣ୍ଟି ଇମ୍ପ୍ଲାମେଣ୍ଟ୍ରି ଓ ରୋଗ ନିରୋଧ ଗୁଣ ବନ୍ଦ ନାକ ଖୋଲିବାରେ ବହୁ ସହାୟକ ହୋଇଥାଏ।

 



from Odisha Reporter http://bit.ly/2QmcsKh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages