ପଛରେ ପଡ଼ିଛନ୍ତି କଂଗ୍ରେସର ହେଭିୱେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ପଛରେ ପଡ଼ିଛନ୍ତି କଂଗ୍ରେସର ହେଭିୱେଟ୍‌

ନୂଆଦିଲ୍ଲୀ: ସାରା ଦେଶରେ ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଛି। ପ୍ରଥମେ ପୋଷ୍ଟାଲ ବ୍ୟାଲୋଟ୍‌ର ଗଣତି ହେଉଛି। ପ୍ରାଥମିକ ଗଣତି ଅନୁଯାୟୀ, କଂଗ୍ରେସର ୩ ହେଭିୱେଟ୍‌ ବିଜେପି ପ୍ରାର୍ଥୀଙ୍କ ଠାରୁ ପଛରେ ରହିଛନ୍ତି।

ମଧ୍ୟପ୍ରଦେଶର ଗୁନାରୁ ପ୍ରାର୍ଥୀ ହୋଇଥିବା ଜ୍ୟୋତିର ଆଦିତ୍ୟ ସିନ୍ଧିଆ, ଭୋପାଲରୁ ପ୍ରାର୍ଥୀ ହୋଇଥିବା ଦିଗବିଜୟ ସିଂହ ଓ ଯବଲପୁରରୁ ପ୍ରାର୍ଥୀ ହୋଇଥିବା ବିବେକ ଟାଙ୍ଖା ପଛରେ ରହିଛନ୍ତି। ଭୋପାଲାରେ ଏଥର ବିଗ୍‌ ଫାଇଟ୍‌ ହେଉଛି। କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହଙ୍କ ବିରୋଧରେ ବିଜେପି ସ୍ୱାଧୀ ପ୍ରଜ୍ଞାଙ୍କୁ ଟିକେଟ୍‌ ଦେଇଛି।

ସେହିପରି ପୂର୍ବ ଦିଲ୍ଲୀରୁ ପ୍ରାର୍ଥୀ ହୋଇଥିବା କଂଗ୍ରେସର ଶିଲା ଦିକ୍ଷୀତ ମଧ୍ୟ ପ୍ରଥମ ରାଉଣ୍ଡ ଗଣତି ପରେ ପଛରେ ରହିଛନ୍ତି। ଏଠାରେ ବିଜେପିର ମନୋଜ ତିୱାରୀ ଆଗରେ ରହିଛନ୍ତି। ପଶ୍ଚିମବଙ୍ଗର ଆସୋନସଲରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ ପ୍ରତିପକ୍ଷ ଟିଏମସିର ମୋନ ମୋନ ସେନ୍‌ଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି। ଉତ୍ତର କନ୍ନଡରୁ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡେ ୩୩,୨୨୨ଟି ଭୋଟ୍‌ରେ ଆଗରେ ରହିଛନ୍ତି। ବିହାରର ବେଗୁସରାଇରୁ ଛାତ୍ର ନେତା କହ୍ନେୟା କୁମାରଙ୍କ ଠାରୁ ବିଜେପି ହେଭିୱେଟ୍‌ ଗିରିରାଜ ସିଂହ ଆଗରେ ରହିଛନ୍ତି।



from Odisha Reporter http://bit.ly/2wf3xB3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages