ଅକ୍ଟୋବର ୨୨ରେ ବିସିସିଆଇ ନିର୍ବାଚନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ଅକ୍ଟୋବର ୨୨ରେ ବିସିସିଆଇ ନିର୍ବାଚନ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିର୍ବାଚନ ଚଳିତ ବର୍ଷ ଅକ୍ଟୋବର ୨୨ ତାରିଖରେ ହେବ ବୋଲି ପ୍ରଶାସନିକ କମିଟି (ସିଓଏ) ସୂଚନା ଦେଇଛି। କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ପିଏସ୍ ନରସିହ୍ମାଙ୍କ ପରାମର୍ଶ ପରେ ସିଓଏ ନିର୍ବାଚନ ତାରିଖ ଘୋଷଣା କରିଛି। ବିଭିନ୍ନ ରାଜ୍ୟ ସଂଘ ସହ ମଧ୍ୟସ୍ଥିତା କରିବା ପରେ ସୁପ୍ରିମକୋର୍ଟ ମାର୍ଚ୍ଚ ମାସରେ ନରସିହ୍ମାଙ୍କୁ ନିଯୁକ୍ତ କରିଥିଲେ।

ଏହି ବୈଠକରେ ସିଓଏର ମୁଖ୍ୟ ବିନୋଦ ରାୟଙ୍କ ସହ ଅନ୍ୟ ଦୁଇ ସଦସ୍ୟ ଡାଏନା ଏଡୁଲଜୀ ଓ ରବି ଥୋଡ଼ଗେ ସାମିଲ୍ ହୋଇଥିଲେ। ବୈଠକରେ ରାଜ୍ୟ ସଂଘଗୁଡ଼ିକର ନିର୍ବାଚନକୁ ସେପ୍ଟେମ୍ବର ୧୪ ତାରିଖ ପର୍ଯ୍ୟନ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ରାୟ କହିଛନ୍ତି, ୩୦ ରାଜ୍ୟ ସଂଘ ଲୋଧା କମିଟି ସୁପାରିସକୁ ଅନୁପାଳନ କରୁଛନ୍ତି। ତେବେ ବାକି ରାଜ୍ୟ ସଂଘ ନିଜ ନିଜର ସମ୍ବିଧାନରେ ପରିବର୍ତ୍ତନ କରୁଛନ୍ତି।

ରାୟ ଆହୁରି କହିଛନ୍ତି, “ଯେତେବେଳେ ମୋତେ ସୁପ୍ରିମକୋର୍ଟ ନିଯୁକ୍ତ କରିଥିଲେ, ମୁଁ କହିଥିଲି ଯେ, ମୁଁ ନାଇଟ ୱାଚମ୍ୟାନର ଭୂମିକା ତୁଲାଇବି। ମୁଁ ମଧ୍ୟ ସେହି ଦିନଠାରୁ ଏହି ଭୂମିକା ତୁଲାଇ ଆସୁଛି।’ ଏହା ପୂର୍ବରୁ ଆମ କାର୍ଯ୍ୟ ସୀମିତ ଭିତରେ ରହିଥିଲା। କିନ୍ତୁ ଏବେ ଆମକୁ ପୂର୍ଣ୍ଣ ସ୍ୱାଧୀନତା ମିଳିଥିବାରୁ ବହୁତ ଖୁସି ବୋଲି ରୟ କହିଛନ୍ତି।



from Odisha Reporter http://bit.ly/2JUGOSM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages