
ଜଗତସିଂହପୁର(ଓଡ଼ିଶା ରିପୋର୍ଟର):ଜଗତସିଂହପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ବିଜୟୀ ହୋଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ବିଭୁ ତରାଇ ଓ କଂଗ୍ରେସ ପ୍ରାର୍ଥୀ ପ୍ରତିମା ମଲ୍ଲକଙ୍କୁ ପରାସ୍ତ କରିଛନ୍ତି।
ବିଜୟ ପରେ ରାଜଶ୍ରୀ ମଲ୍ଲିକ କହିଛନ୍ତି,“ସର୍ବପ୍ରଥମେ ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୋର କୃତଜ୍ଞତା ଜଣାଉଛି। ସେ ମୋତେ ଆସ୍ଥା ଭାଜନ କରିଥିଲେ। ୫ ବର୍ଷ ଧରି ଗୋଟିଏ ନିର୍ବାଚନମଣ୍ଡଳୀର ଦାୟିତ୍ୱ ନେଇ କାମ କରିଛି। ଆଉ ୬ଟି ନିର୍ବାଚନମଣ୍ଡଳୀର ଯେଉଁ ଗୁରୁଦାୟିତ୍ୱ ଦିଆଯାଇଛି, ସେଠାରେ ଯେଉଁ ସବୁ ସମସ୍ୟା ରହିଛି ମୁଁ ଆଗାମୀ ଦିନରେ ନିଶ୍ଚିତ ଭାବେ ଲୋକସଭା ପ୍ରାର୍ଥୀ ଭାବେ ମୁଁ ସଂସଦରେ ଦାବି ଉପସ୍ଥାନ କରିବି। ଏଥିସହ ଓଡ଼ିଶାର କିପରି ଉନ୍ନତି ହେବ ସଂସଦରେ ଆମେ ଲଢେଇ କରିବୁ।
ସେ ଆହୁରି କହିଛନ୍ତି,“ ଆଞ୍ଚଳିକ ଦଳ ଭାବେ ରାଜ୍ୟରେ ବହୁ ପ୍ରଗତି ହୋଇଛି। ୪ ବର୍ଷ ଧରି ମୁଖ୍ୟମନ୍ତ୍ରୀ ଥିଲେ, ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ। ଏହା ଛୋଟିଆ କଥା ନୁହଁ। ଆଜି ଏହା ଇତିହାସ ହେବାକୁ ଯାଉଛି। ନମ୍ୱର ୱାନ୍ ମୁଖ୍ୟମନ୍ତ୍ରୀ ଭାବେ ସାରା ଭାରତ ବର୍ଷରେ ନିଜକୁ ସେ ପ୍ରତିଷ୍ଠିତ କରିପାରିଛନ୍ତି ନବୀନ। ଗରିବ ଠାରୁ ଆରମ୍ଭ କରି ସବୁ ବ୍ୟକ୍ତିର ମଣିଷ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟ ଅଛନ୍ତି।
from Odisha Reporter http://bit.ly/2Qlr2BQ
No comments:
Post a Comment