
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗତ ୪ଟି ନିର୍ବାଚନରେ ଓଡ଼ିଶାରେ କ୍ରମାଗତ ଭାବେ ଅମାନତ ହରାଇଛି କଂଗ୍ରେସ। ୨୦୦୪ ମସିହା ସାଧାରଣ ନିର୍ବାଚନରେ ଦଳ ରାଜ୍ୟ ବିଧାନସଭାରେ ୩୮ଟି ସିଟ୍ ହାସଲ କରି ୩୪.୮୨ ପ୍ରତିଶତ ଭୋଟ୍ ସହ ଦ୍ୱିତୀୟ ସ୍ଥାନରେ ରହିଥିଲା । ତେବେ ଏହାର ଠିକ୍ ପାଞ୍ଚ ବର୍ଷ ପରେ ଦଳ ୧୧ଟି ସିଟ୍ ତଳକୁ ଖସି ଆସିଥିଲା ।
୨୦୦୯ରେ ମାତ୍ର ୨୭ ଆସନ ସହ ୨୯.୧୦ ପ୍ରତିଶତ ଭୋଟ୍ରେ ସୀମିତ ଥିଲା କଂଗ୍ରେସ। ଏହାପରେ ୨୦୧୪ ନିର୍ବାଚନରେ ବି ମାତ୍ର ୧୬ଟି ସିଟ୍ ଜିତି ପାରିଥିଲା କଂଗ୍ରେସ। ଆଉ ଭୋଟ୍ ପ୍ରତିଶତ ଥିଲା ମାତ୍ର ୨୫.୭ ପ୍ରତିଶତ।
ତେବେ ୨୦୧୯ ନିର୍ବାଚନରେ ସବୁଠୁ ଅଧିକ କ୍ଷତି ସହିବା ସହ ଦୁଇ ଅଙ୍କକୁ ଛୁଇଁ ପାରିନି ରାଜ୍ୟ କଂଗ୍ରେସ। ମାତ୍ର ୯ଟି ସିଟ୍ ସହ ଦଳକୁ ମାତ୍ର ୧୬.୧୨ ପ୍ରତିଶତ ଭୋଟ୍ ମିଳିବା ସହ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି ।
from Odisha Reporter http://bit.ly/2M2SllF
No comments:
Post a Comment