ବିଜେପିର ବିପୁଳ ବିଜୟ ପଛରେ ଥିଲା ଏସବୁ ପ୍ରସଙ୍ଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ବିଜେପିର ବିପୁଳ ବିଜୟ ପଛରେ ଥିଲା ଏସବୁ ପ୍ରସଙ୍ଗ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେପି ପୁଣିଥରେ ପୂର୍ଣ୍ଣ ବହୁମତ ସହ ସରକାର ଗଠନ କରିବା ସ୍ପଷ୍ଟ ହୋଇଛି। ବିଜେପି ଏକାକୀ ୩୦୦ରୁ ଅଧିକ ଆସନ ଜିତିଥିବା ବେଳେ ଏନ୍‌ଡିଏ ୩୫୧ଟି ଆସନ ପାଇଛି।

ଅର୍ଥାତ ୨୦୧୪ ତୁଳନାରେ ୨୦୧୯ରେ ବିଜେପି ଅଧିକ ଭଲ ପ୍ରଦର୍ଶନ କରିଛି। ୨୦୧୪ ପରି କଂଗ୍ରେସର ପ୍ରଦର୍ଶନ ୨୦୧୯ରେ ମଧ୍ୟ ନୈରାଶ୍ୟଜନକ ରହିଛି। ତେବେ ବିଜେପିର ଏହି ବିଶାଳ ବିଜୟ ପଛରେ କାରଣ କ’ଣ? କେଉଁ ପ୍ରସଙ୍ଗ ବିଜେପିକୁ ଲୋକଙ୍କ ଅଧିକ ନିକଟତର କରିଥିଲା? ଆସନ୍ତୁ ସେହି ପ୍ରସଙ୍ଗ ଗୁଡ଼ିକ ଜାଣିବା।

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌

ଫେବୃଆରୀ ୧୪ ପୁଲୱାମା ଆତଙ୍କବାଦୀ ହମ୍‌ଲା ପରେ ପୂରା ଦେଶ ପ୍ରତିଶୋଧର ନିଆଁରେ ଜଳୁଥିଲା। ପୁଲୱାମାରେ ୪୦ ଜଣ ଯବାନ ସହିଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ବାଲାକୋଟ୍‌ ଠାରେ ଥିବା ଆତଙ୍କୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଏହାଦ୍ୱାରା ଲୋକଙ୍କ ପାଖକୁ ଏକ ବାର୍ତ୍ତା ଯାଇଥିଲା ଯେ ମୋଦି ହିଁ ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ସାବାଡ୍‌ କରିପାରିବେ।

ଅଭିନନ୍ଦନଙ୍କ ଘର ବାହୁଡ଼ା

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ର ଗୋଟିଏ ଦିନ ପରେ ପାକିସ୍ତାନ ବିମାନ ଭାରତର ବାୟୁସୀମାରେ ଅନୁପ୍ରବେଶ କରିଥିଲେ। ଏହାକୁ ଅଟକାଇବାକୁ ଯାଇ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ପାକିସ୍ତାନ ସେନା ହାତରେ ଧରାପଡ଼ି ଯାଇଥିଲେ। ତାଙ୍କୁ ପାକିସ୍ତାନ କବଳରୁ ମୁକ୍ତ କରିବା ପାଇଁ ଭାରତ ସରକାର ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ଆରମ୍ଭ କରିଥିଲେ। ଅନ୍ତର୍ଜାତୀୟ ଚାପର ବଶବର୍ତ୍ତୀ ହୋଇ ପାକିସ୍ତାନ ଅଭିନନ୍ଦନଙ୍କୁ ୬୦ ଘଣ୍ଟା ମଧ୍ୟରେ ଛାଡ଼ିବାକୁ ବାଧ୍ୟ ହୋଇଥିଲା। ଏହି ଘଟଣା ପରେ ମୋଦି ସରକାରଙ୍କ ଉପରେ ମଜଭୂତ ସରକାରର ମୋହର ଲାଗିଥିଲା।

ଗରିବଙ୍କ ପାଇଁ ୧୦% ସଂରକ୍ଷଣ

ପୂର୍ବରୁ କେବଳ ଏସ୍‌ସି/ଏସ୍‌ଟି ବର୍ଗଙ୍କ ପାଇଁ ସଂରକ୍ଷଣ ଲାଗୁ ହେଉଥିଲା। ଏହାକୁ ନେଇ ସାଧାରଣ ବର୍ଗର ଲୋକମାନେ ଅସନ୍ତୁଷ୍ଟ ଥିଲେ। ନିର୍ବାଚନର ଠିକ୍‌ ପୂର୍ବରୁ ସାଧାରଣ ବର୍ଗରେ ଥିବା ଗରିବଙ୍କ ପାଇଁ ମୋଦି ସରକାର ୧୦% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିଲେ। ଏହା ମୋଦି ସରକାରଙ୍କ ପାଇଁ ଟ୍ରମ୍ପ କାର୍ଡ ସଦୃଶ ହୋଇଥିଲା।

କୃଷକଙ୍କୁ ୬ ହଜାର ଟଙ୍କା

ଦେଶର ଚାଷୀ ସମସ୍ୟାକୁ ନେଇ ବିରୋଧୀ ଦୀର୍ଘ ଦିନ ଧରି ସରକାରଙ୍କୁ ଘେରି ଆସୁଥିଲେ। ଏଥିସହ ଅନେକ ସ୍ଥାନରେ ଚାଷୀ ଆନ୍ଦୋଳନ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଏଭଳି ସ୍ଥିତିରେ କେନ୍ଦ୍ର ସରକାର ବଜେଟ୍‌ ଘୋଷଣା ସମୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ୬ ହଜାର ଟଙ୍କା ପଠାଇବାର ଯୋଜନା ଘୋଷଣା କରିଥିଲେ। କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଟଙ୍କା ବଣ୍ଟା ଯାଇଥିଲା। ଏହାଦ୍ୱାରା ଚାଷୀଙ୍କ ଆକ୍ରୋଶର ମାତ୍ରା କମ୍‌ ହୋଇଥିଲା।

ଦୁର୍ବଳ ବିରୋଧୀ ଓ କଂଗ୍ରେସର ନେଗେଟିଭ ପ୍ରଚାର

ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଥିବା ଫାଟରୁ ମୋଦି ସରକାର ଫାଇଦା ଉଠାଇଥିଲେ। ଉତ୍ତର ପ୍ରଦେଶରେ ସପା-ବିଏସ୍‌ପି ମେଣ୍ଟରୁ କଂଗ୍ରେସ ବାଦ ପଡ଼ିଥିବା ବେଳେ ବିହାରରେ ମହାଗଠବନ୍ଧନକୁ ନେଇ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାର ଫାଇଦା ବିଜେପି ଉଠାଇ ଉଭୟ ଉତ୍ତର ପ୍ରଦେଶ ଓ ବିହାରରେ ନିଜର ଯାଦୁ ଦେଖାଇବାରେ ସକ୍ଷମ ହେଲା। ତା’ଛଡ଼ା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମୋଦି ବିରୋଧୀ ନେଗେଟିଭ ପ୍ରଚାର କଂଗ୍ରେସ ପାଇଁ ବୁମେରାଂ ସାବ୍ୟସ୍ତ ହେଲା।

ଠୋସ ପ୍ରମାଣ ନ ଥାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଫେଲ ମାମଲାରେ “ଚୌକିଦାର ଚୋର ହୈ” ବୋଲି ବାରମ୍ବାର ସଭା ସମିତିରେ କହିବା ଲୋକଙ୍କୁ ଭଲ ଲାଗିନଥିଲା। କାରଣ, ୧୨ ବର୍ଷ କାଳ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଓ ଦେଶର ପ୍ରଧାନମନ୍ତ୍ରୀ ଥିବା ମୋଦିଙ୍କ ନାଁରେ କୌଣସି ଦୁର୍ନୀତି ମାମଲା ହୋଇନାହିଁ। ସର୍ବୋପରି ମୋଦିଙ୍କ ବିକଳ୍ପ ଭାବେ କୌଣସି ନେତାଙ୍କୁ ବିରୋଧୀ ଦଳଗୁଡ଼ିକ ପ୍ରୋଜେକ୍ଟ କରିପାରି ନଥିଲେ।

ମୋଦି ସରକାରଙ୍କ ବିଭିନ୍ନ ଯୋଜନା ଯଥା ଉଜ୍ଜ୍ଵଳା, କୃଷି ସମ୍ମାନ ନିଧି ଯୋଜନା, ଆୟୁଷ୍ମାନ, ପିଏମ ଆବାସ ଯୋଜନା, ମୁଦ୍ରା ଯୋଜନା,ସ୍ୱଚ୍ଛ ଭାରତ ଭଳି ଅନେକ ଯୋଜନା ଯୋଗୁ ବିଜେପି ଲୋକଙ୍କ ନିକଟବର୍ତ୍ତୀ ହୋଇପାରିଥିଲା।



from Odisha Reporter http://bit.ly/2WkFJul

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages