ଦାମଙ୍କ ଆକଳନ: ନବୀନ କଂଗ୍ରେସ ସହ ମେଣ୍ଟ କରିପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ଦାମଙ୍କ ଆକଳନ: ନବୀନ କଂଗ୍ରେସ ସହ ମେଣ୍ଟ କରିପାରନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):୨୦୧୯ ନିର୍ବାଚନ ପାଇଁ ଗତକାଲି ମତଦାନ ସରିଯାଇଥିବା ବେଳେ ଆସନ୍ତା ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ହେଲେ ତା’ପୂର୍ବରୁ ଏକଜିଟ୍ ପୋଲ୍‌ ଆକଳନକୁ ନେଇ ଭିନ୍ନ ଭିନ୍ନ ଫଳାଫଳ ଆସୁଛି। ତେବେ ଏକ୍‌ଜିଟ୍ ଆକଳନକୁ ନେଇ ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ୍‌ ପ୍ରତିକ୍ରିୟା ରଖିଛନ୍ତି। ନିଜ ପୂର୍ବ ଆକଳନକୁ ଦୋହରାଇ ଦାମ ରାଉତ କହିଛନ୍ତି ଯେ, ଏଥର ଝୁଲା ବିଧାନସଭା ହେବ ।

ବିଜେଡି ମ୍ୟାଜିକ୍ ନମ୍ବର ଛୁଇଁବ ବୋଲି ମୁଁ ବିଶ୍ୱାସ କରିପାରୁନି। ଓଡ଼ିଶାରେ ବିଜେପି ୫୫ରୁ ଅଧିକ, କଂଗ୍ରେସ ୨୫ରୁ ଅଧିକ ଆସନ ପାଇବ। ନବୀନଙ୍କ ନିର୍ଦ୍ଦିଷ୍ଟ ନୀତି ଆଦର୍ଶ ନାହିଁ। ସ୍ୱାର୍ଥ ଯୁଆଡ଼େ ସିଆଡ଼େ ଯାଆନ୍ତି। ବିଜେପି ଯଦି ବିଜେଡି ପାଖାପାଖି ଆସନ ଜିତେ ତେବେ ନବୀନ କଂଗ୍ରେସ ସହ ମେଣ୍ଟ କରିପାରନ୍ତି। ବରିଷ୍ଠ ନେତାଙ୍କ ପରାଜୟ ନେଇ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ଆକଳନ ଉପରେ ପ୍ରତିକ୍ରିୟା ରଖିଛନ୍ତି ଦାମ।

କହିଛନ୍ତି ଗଣମାଧ୍ୟମର ଆକଳନ ଠିକ୍ ହେବନି। ନିର୍ବାଚନରେ ହାରଜିତ୍ ଏକ ପ୍ରକ୍ରିୟା। ମୁଁ କହୁନି ମୁଁ ଜିତିବି । ଭୋଟ୍‌ଦାତା କହୁଛନ୍ତି ମୁଁ ଜିତିବି। ବୈଜୟନ୍ତ ପଣ୍ଡା ଓ ନରସିଂହ ମିଶ୍ର ମଧ୍ୟ ଜିତିବେ ବୋଲି ମୋର ଆଶା ରହିଛି। ପ୍ରସନ୍ନ ଆଚାଅର୍ଯ୍ୟ ଓ ଖାରବେଳ ସ୍ୱାଇଁଙ୍କ କଥା କହିପାରିବିନି ବୋଲି ଦାମ କହିଛନ୍ତି।



from Odisha Reporter http://bit.ly/2El2F2c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages