୬୨ ବର୍ଷ ପୂର୍ବର ଫଟୋ ଶେଆର୍‌ କଲେ ଅମିତାଭ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

୬୨ ବର୍ଷ ପୂର୍ବର ଫଟୋ ଶେଆର୍‌ କଲେ ଅମିତାଭ୍‌

ମୁମ୍ବାଇ: ଫିଲ୍ମରେ ବ୍ୟସ୍ତ ରହିବା ସହ ବିଗ୍‌ ବି ଅମିତାଭ୍‌ ବଚ୍ଚନ ସୋଶାଲ୍‌ ମିଡିଆରେ ମଧ୍ୟ ସବୁବେଳେ ଆକ୍ଟିଭ୍‌ ରୁହନ୍ତି। ସବୁବେଳେ ସେ କିଛି ନା କିଛି ଫଟୋ ଶେଆର୍‌ କରିଥାନ୍ତି। ଏବେ ମଧ୍ୟ ସେ ତାଙ୍କ ଛୋଟ ବେଳର ଆଉ ଏକ ଫଟୋ ଶେଆର୍‌ କରିଛନ୍ତି। ଯେଉଁଥିରେ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ୁଛି।

ଅମିତାଭ୍‌ଙ୍କ ଫ୍ୟାନ୍‌ ଏହି ଫଟୋରେ ଲେଖିଛନ୍ତି ଯେ, ‘ଏହି ଫଟୋ ଅଲିପୁର୍‌, କୋଲ୍‌କାତାର ଫଟୋ’ । ଏହା ପରେ ଅମିତାଭ୍‌ ଫ୍ୟାନ୍‌ଙ୍କୁ ଠିକ୍‌ ତଥ୍ୟ ଦେବାକୁ ଯାଇ ଲେଖିଥିଲେ କି, ‘ନା ଏହା ଅଲିପୁର୍‌, କୋଲ୍‌କାତା ନୁହେଁ’। ୧୯୫୭ ମସିହାର ସେର୍‌ଉଡ୍‌ କଲେଜ୍‌, ନୈନିତାଲ୍‌ରେ ଏହି ଫଟୋ ଉଠାଯାଇଥିଲା । ଛୁଟି ଦିନରେ ଆମେ ଆରାମ କରିବା ସହ ଫୁଟ୍‌ବଲ୍‌ ଖେଳୁଥିଲୁ।

ଏହା ସହ ଅଭିତାଭ୍‌ ଏବଂ ତାଙ୍କ ଫ୍ୟାନ୍‌ ଟ୍ୱିଟ୍‌କୁ ନେଇ ମଜା ମଧ୍ୟ କରିଥିଲେ। ଅଭିତାଭ୍‌ଙ୍କ ଏହି ଫଟୋ ଦେଖି ଫ୍ୟାନ୍‌ମାନେ ମଧ୍ୟ ତାଙ୍କୁ ଚିହ୍ନିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ତାଙ୍କୁ ପାଉ ନାହାନ୍ତି।

ଆପଣ ମଧ୍ୟ ଏହି ଫଟୋ ଦେଖିଲା ପରେ ଅମିତାଭ୍‌ଙ୍କୁ ଖୋଜିବାକୁ ନିଶ୍ଚୟ ଚେଷ୍ଟା କରିଥିବେ। ତେବେ ଆପଣଙ୍କୁ ଆମେ କହିଦେଉଛୁ ଯେ, ବିଗ୍‌ ବି ଫଟୋରେ କେଉଁଠି ଠିଆ ହୋଇଛନ୍ତି।

ସେତେବେଳେ ବହୁତ ପତଳା ଦେଖାଯାଉଥିବା ଅମିତାଭ୍‌ଙ୍କୁ ଚିହ୍ନିବା ସତରେ ବହୁତ କଷ୍ଟ।



from Odisha Reporter http://bit.ly/2X0A4qx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages