ଶ୍ୱଶୁରଙ୍କ ଦେହାନ୍ତ ପରେ ଏବେ ହସ୍ପିଟାଲ୍‌ରେ କାଜଲ୍‌ଙ୍କ ମାଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ଶ୍ୱଶୁରଙ୍କ ଦେହାନ୍ତ ପରେ ଏବେ ହସ୍ପିଟାଲ୍‌ରେ କାଜଲ୍‌ଙ୍କ ମାଆ

ମୁମ୍ବାଇ: ବଲିଉଡର ଦେବଗନ ଫ୍ୟାମିଲି ଉପରେ ଏବେ କଳା ବାଦଲ ଛାଇ ଯାଇଛି। ଗୋଟିଏ ଦୁଃଖରୁ  ପରିବାର ଲୋକେ ବାହାରି ନ ଥିବା ବେଳେ ଆଉ ଗୋଟିଏ ଟେନସନ ଆସି ପହଞ୍ଚି ଗଲାଣି। କିଛି ଦିନ ପୂର୍ବେ  ଅଜୟ ଦେବଗନଙ୍କ ବାପା ତଥା ପ୍ରସିଦ୍ଧ ଆକ୍ସନ ଡାଇରେକ୍ଟର ବୀରୁ ଦେବଗନଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖକୁ ପରିବାର ଲୋକେ ଗ୍ରହଣ କରି ପାରି ନ ଥିବା ବେଳେ ଏବେ କାଜଲଙ୍କ ମା’ ତଥା ବିଗତ ଦିନର ପ୍ରସିଦ୍ଧ ଅଭିନେତ୍ରୀ ତନୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

କାଜଲ୍‌ଙ୍କ ଶ୍ୱଶୁରଙ୍କ ଦେହାନ୍ତ ପରେ ଏବେ ତାଙ୍କ ମାଆ ତନୁଜା ମଧ୍ୟ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। କାଜଲଙ୍କୁ ନିକଟରେ ମୁମ୍ବାଇର ଲୀଲାବତୀ ହସ୍ପିଟାଲ୍‌ ବାହାରେ ଦେଖାଯାଇଥିଲା। ସେ ଏବେ ଯାଏ ମଧ୍ୟ ଶ୍ୱଶୁରଙ୍କ ମୃତ୍ୟୁ ଦୁଃଖରୁ ବାହାରକୁ ଆସିପାରି ନାହାନ୍ତି। ଏବେ ପୁଣି ମା’ଙ୍କ ଅସୁସ୍ଥତା ତାଙ୍କ ଟେନସନ  ଆହୁରି ବଢାଇ ଦେଇଛି। ହସ୍ପିଟାଲ୍‌ ବାହାରେ ତାଙ୍କୁ ସ୍ପଟ୍‌ କରାଯାଇଥଥିବା ବେଳେ ସେ ଖୁବ୍‌ ଚିନ୍ତିତ ଥିବା ନଜର ଆସିଥିଲେ।

କାଜଲ୍‌ଙ୍କ ମାଆଙ୍କର ବିଗତ କିଛି ଦିନରୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ଏଥିପାଇଁ ତାଙ୍କୁ ଲିଲାବତୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ଅଜୟଙ୍କ ବାପା ବୀରୁ ଦେବ୍‌ଗନ୍‌ ୮୦ରୁ ଅଧିକ ଫିଲ୍ମରେ ଆକ୍ସନ କୋରିଓଗ୍ରାଫି କରିଛନ୍ତି। ଏହାସହ ବୀରୁ ଅଭିନେତା ଭାବେ ମଧ୍ୟ କିଛି ଫିଲ୍ମରେ କାମ କରିଛନ୍ତି। ଅଜୟ ଦେବଗନ ଅଭିନୟ କରିଥିବା ଫିଲ୍ମ ‘ଜିଗର’ର କାହାଣୀ ମଧ୍ୟ ବୀରୁ ଦେବଗନ ଲେଖିଥିଲେ।



from Odisha Reporter http://bit.ly/2XiD8OU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages