ଶପଥ ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅତିଥି ହେଲେ ପଶ୍ଚିମବଙ୍ଗର ପୀଡିତ ବିଜେପି ପରିବାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ଶପଥ ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅତିଥି ହେଲେ ପଶ୍ଚିମବଙ୍ଗର ପୀଡିତ ବିଜେପି ପରିବାର

ନୂଆଦିଲ୍ଲୀ: ରାତି ପାହିଲେ ପୁଣି ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବେ। ଶପଥ ସମାରୋହରେ ଦେଶ ବିଦେଶର ଅନେକା ନେତା, ଶିଳ୍ପପତି ଏବଂ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ସମାରୋହ ଜରିଆରେ ବିଜେପି ସରକାର ପଶ୍ଚିମବଙ୍ଗକୁ ଏକ ନୂଆ ବାର୍ତ୍ତା ଦେବାକୁ ଚେଷ୍ଟା କରିଛି।

ନିର୍ବାଚନ ବେଳେ ହିଂସାର ଶିକାର ହୋଇଥିବା ୫୪ ବିଜେପି ପରିବାର ସ୍ୱତନ୍ତ୍ର ଅତିଥି ଭାବେ ମୋଦିଙ୍କ ଦ୍ୱିତୀୟ ସରକାର ଶପଥ ସମାରୋହରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହି ସମସ୍ତ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି।

ଲୋକସଭା ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ଅନେକ ହିଂସାକାଣ୍ଡ ହୋଇଥିଲା। ଯେଉଁଥିରେ ଅଧିକାଂଶ ବିଜେପି ସମର୍ଥକ ଓ ନେତା ରାଜ୍ୟର ଶାସକ ଦଳ ଟିଏମସି ଦଳର ନେତାଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା।

ପଶ୍ଚିମବଙ୍ଗର ମୋଟ ୪୨ ଲୋକସଭା ଆସନରୁ ବିଜେପି ୧୮ଟି ଜିତିଥିବା ବେଳେ ଟିଏମସି ୨୩ ଏବଂ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଛି। ପ୍ରଧାନମନ୍ତ୍ରୀ ପୀଡିତ ପରିବାରଙ୍କୁ ଶପଥ ସମାରୋହକୁ ନିମନ୍ତ୍ରଣ କରିବା ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଏକ ବଡ଼ ଆହ୍ୱାନ ବୋଲି ଜଣାପଡ଼ିଛି।



from Odisha Reporter http://bit.ly/2EDtMG4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages