ଆଇପିଏସ୍‌ଙ୍କ ଛୁଟି ବାତିଲ ନିର୍ଦ୍ଦେଶ; ୧୧ ଜଣଙ୍କୁ ୧୧ ଜିଲ୍ଲାର ଦାୟିତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ଆଇପିଏସ୍‌ଙ୍କ ଛୁଟି ବାତିଲ ନିର୍ଦ୍ଦେଶ; ୧୧ ଜଣଙ୍କୁ ୧୧ ଜିଲ୍ଲାର ଦାୟିତ୍ୱ

dgp1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ଫୋନିର ମୁକାବିଲା ସହ ରିଲିଫ, ଥଇଥାନ ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ୧୧ଜଣ ଆଇପିଏସ ଅଧିକାରୀଙ୍କୁ ୧୧ଟି ଜିଲ୍ଳାର ଦାୟିତ୍ୱ ଦିଆଯାଇଛି।

ଏଡିଜି (ସିଆଇଡି କ୍ରାଇମବ୍ରାଞ୍ଚ) ସନ୍ତୋଷ କୁମାର ଉପାଧ୍ୟାୟଙ୍କୁ ଯାଜପୁର, ରେଳବାଇ ଓ ତଟରକ୍ଷୀ ସୁରକ୍ଷା ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଜଗତସିଂହପୁର, ପୋଲିସ ଆଧୁନିକୀକରଣ ଏଡିଜି ବିନୟ ତୋଷ ମିଶ୍ରଙ୍କୁ ଭଦ୍ରକ, ଏଡିଜି ଅପରେସନ୍ ଆର.ପି. କୋଚଙ୍କୁ ଖୋର୍ଦ୍ଧା, ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ପୁରୀ ଜିଲ୍ଲା ଦାୟିତ୍ୱ ଦିଆଯାଇଛି।

ସେହିପରି ଆଇଜି (ସିଆଇଡି କ୍ରାଇମବ୍ରାଞ୍ଚ) ଅରୁଣ ବୋଥ୍ରାଙ୍କୁ କେନ୍ଦ୍ରାପଡ଼ା, ଆଇଜି ଅମିତାଭ ଠାକୁରଙ୍କୁ ଗଂଜାମ, ଆଇଜି ଘନଶ୍ୟାମ ଉପାଧ୍ୟାୟଙ୍କୁ ନୟାଗଡ଼, ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ବାଲେଶ୍ୱର, ଡିଆଇଜି ନିଖିଲ କୁମାର କାନୋଡିଆଙ୍କୁ କଟକ ଓ ସଫିନ୍ ଅହମ୍ମଦଙ୍କୁ ମୟୂରଭଂଜ ଜିଲ୍ଲା ଦାୟିତ୍ୱ ଦିଆଯାଇଛି।

ଅନ୍ୟପକ୍ଷରେ ରାଜ୍ୟର ସମସ୍ତ ଆଇପିଏସ୍‌ଙ୍କ ଛୁଟି ବାତିଲ କରିବାକୁ ଡିଜିପି ଆର୍‌.ପି ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ଛୁଟିରେ ଥିବା ଅଫିସରଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବ୍ୟାପକ ସୁକ୍ଷା ବ୍ୟବସ୍ଥା କରିବା ସହ ୨୪ ଘଣ୍ଟିଆ ପୁଲିସ୍ କଣ୍ଟ୍ରୋଲ୍ ରୁମ୍ ଖୋଲିବାକୁ ସେ ନିର୍ଦ୍ଦେଶ ଦେବା ସହିତ ରିଲିଫ୍ ଓ ଥଇଥାନ କାର୍ଯ୍ୟରେ ସହଯୋଗ କରିବାକୁ ସମସ୍ତ ବରିଷ୍ଠ ଅଧିକାରୀଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ଡାକ୍ତରଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ୧୨ ଜଣ ଆଇପିଏସ୍‌ଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି।



from Odisha Reporter http://bit.ly/2GMAjyl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages