ବର୍ଷା ଧୋଇନେଲା ବିରାଟଙ୍କ ଆଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ବର୍ଷା ଧୋଇନେଲା ବିରାଟଙ୍କ ଆଶା

ବେଙ୍ଗାଲୁରୁ: ଆଇପିଏଲର ପ୍ରଥମ ଚାମ୍ପିଅନ୍ ରାଜସ୍ଥାନ ରୟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ମଧ୍ୟରେ ମଙ୍ଗଳବାର ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ ବାତିଲ ହୋଇଛି। ଏଥିସହ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଆରସିବିର ପ୍ଲେଅଫ୍ ଆଶା ଧୂଳିସାତ୍ ହୋଇଛି।

ଉକ୍ତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ଆଜିଙ୍କ୍ୟ ରାହାଣେ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଟସ୍ ପଡ଼ିବାର କିଛି ସମୟ ପରେ ବର୍ଷା ଆରମ୍ଭ ହୋଇଥିଲା। ପ୍ରାୟ ଅଢ଼େଇ ଘଣ୍ଟା ପରେ ବର୍ଷା ଛାଡ଼ିଥିଲା ଏବଂ ମ୍ୟାଚକୁ ୫ ଓଭର ବିଶିଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା, ଯେଉଁଥିରେ ଆରସିବି ୬ ୱିକେଟ୍ ବିନିମୟରେ ୬୨ ରନ୍ କରିଥିଲା।

ଜବାବରେ ରାଜସ୍ଥାନ ୩.୨ ଓଭରରେ ୧ ୱିକେଟ୍ ହରାଇ ୪୧ ରନ୍ କରିଥିବା ବେଳେ ପୁନର୍ବାର ବର୍ଷା ଆରମ୍ଭ ହୋଇଥିଲା ଏବଂ ମ୍ୟାଚକୁ ବାତିଲ କରିବାକୁ ପଡ଼ିଥିଲା। ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମସନ୍ ମାତ୍ର ୧୩ ବଲରେ ୨ ଚୌକା ଓ ୩ ଛକା ସର୍ବାଧିକ ୨୮ ରନ୍ କରି ଆଉଟ୍ ହୋଇଥିବା ବେଳେ ଲିଆମ ଲିଭିଙ୍ଗଷ୍ଟୋନ୍ ୧୧ ରନ୍ କରି ଅପରାଜିତ ଥିଲେ। ଆରସିବି ପକ୍ଷରୁ ଏକମାତ୍ର ସଫଳତା ୟୁଜବେନ୍ଦ୍ର ଚହଲ୍ ପାଇଥିଲେ।

ଏହା ପୂର୍ବରୁ ବାଙ୍ଗାଲୋର ଭଲ ଆରମ୍ଭ କରିଥିଲା, କିନ୍ତୁ ମଧ୍ୟକ୍ରମରେ ଖରାପ ବ୍ୟାଟିଂ ଯୋଗୁ ଟିମ୍ ବଡ଼ ସ୍କୋର କରିବାରେ ବଞ୍ଚିତ ହୋଇଥିଲା। ବାଙ୍ଗାଲୋର ପକ୍ଷରୁ ବିରାଟ କୋହଲି ସର୍ବାଧିକ ୨୫ (୭ ବଲ୍, ୧ ଚୌକା, ୩ ଛକା) ଓ ଏବି ଡି’ଭିଲିୟର୍ସ ୧୦ ରନର ଯୋଗଦାନ କରିଥିଲେ। ସେମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରିନଥିଲେ।

ରାଜସ୍ଥାନ ପକ୍ଷରୁ ଶ୍ରେୟସ ଗୋପାଳ ହ୍ୟାଟ୍ରିକ୍ ୱିକେଟ୍ ନେଇଥିଲେ। ଏହାବ୍ୟତୀତ ଓଶାନି ଥୋମାସ ୨ଟି, ରିୟାନ୍ ପରାଗ ଓ ଜୟଦେବ ଉନାଦକତ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ମ୍ୟାଚ୍ ବାତିଲ ହେବା ଦ୍ୱାରା ଆରସିବି ଓ ରାଜସ୍ଥାନକୁ ୧ ପଏଣ୍ଟ ଲେଖାଏ ମିଳିଛି । ପଏଣ୍ଟ ଟେବୁଲରେ ବାଙ୍ଗାଲୋର ୧୩ ମ୍ୟାଚରୁ ୯ ପଏଣ୍ଟ ସହ ଶେଷ ସ୍ଥାନରେ ରହିଛି।

ରାଜସ୍ଥାନ ୧୩ ମ୍ୟାଚରୁ ୧୧ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। ଉଭୟ ବାଙ୍ଗାଲୋର ଓ ରାଜସ୍ଥାନ ଟୁର୍ଣ୍ଣାମେଣ୍ଟରେ ଆହୁରି ଗୋଟିଏ ଲେଖାଏ ମ୍ୟାଚ୍ ଖେଳିବେ। ବାଙ୍ଗାଲୋର ଯଦି ହାଇଦ୍ରାବାଦକୁ ହରାଇଦିଏ, ତଥାପି ପ୍ଲେଅଫକୁ ଯାଇପାରିବ ନାହିଁ। ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ୧୬ ପଏଣ୍ଟ ଲେଖାଏ ପାଇଁ କ୍ୱାଲିଫାୟରରେ ସ୍ଥାନ ପକ୍କା କରିସାରିଛନ୍ତି।



from Odisha Reporter http://bit.ly/2ZPV6tM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages