ଗୁରୁଗ୍ରାମ: ସୁରକ୍ଷା ଦେବା ବଦଳରେ ହରିଆଣାର ଫରିଦାବାଦ ପୁଲିସ ଜଣେ ମହିଳାଙ୍କୁ ଥାନାକୁ ଆଣି ଅଶାଳୀନ ବ୍ୟବହାର ସହ ମାଡ଼ ମାରିଥିବା ଅଭିଯୋଗ ଆସିଛି। ମହିଳାଙ୍କୁ ପୁଲିସ ଅଧିକାରୀ ମାଡ଼ ମାରିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ହରିଆଣା ପୁଲିସ। ଦୁଇ ଜଣ ହେଡ୍ କନଷ୍ଟେବଲ ଓ ତିନି ଜଣ ସ୍ୱତନ୍ତ୍ର ପୁଲିସ ଅଫିସର(ଏସପିଓ)କୁ ନିଲମ୍ବିତ କରାଯାଇ ଥିବା ଜଣାପଡ଼ିଛି।
ତେବେ ମହିଳାଙ୍କୁ ପୁଲିସ ଅଧିକାରୀ ମାଡ଼ ମାରିବାର ଏହି ଘଟଣା ବର୍ଷକ ତଳର ବୋଲି ଜଣାପଡ଼ିଛି। ଫରିଦାବାଦ ସ୍ଥିତ ଆଦର୍ଶ ନଗର ପୁଲିସ ଷ୍ଟେସନ ଅଧୀନରେ ଥିବା ବଲଭର୍ଗ ଜୋନରେ ଗତବର୍ଷ ସେପ୍ଚେମ୍ୱର ମାସରେ ଏହି ଘଟଣା ଘଟିଥିଲା ବୋଲି ହରିଆଣା ଡିଜିପି କହିଛନ୍ତି।
ମହିଳା ଜଣକ ପାର୍କରେ ଜଣେ ଯୁବକ ସହିତ କଥା ହେଉଥିବାବେଳେ ଏହି ପାଞ୍ଚ ପୁଲିସ ଅଧିକାରୀ ମହିଳାଙ୍କୁ ଜୋର ଜବରଦସ୍ତି ଥାନାକୁ ଆଣି ହାଜତ ଭିତରେ ମାଡ଼ ମାରୁଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।
from Odisha Reporter http://bit.ly/2HJZUda
No comments:
Post a Comment