ଫିଲ୍ମ ରିଲିଜ ପରେ ଲକ୍ଷାଧିକ ଟଙ୍କାର କଷ୍ଟ୍ୟୁମ୍‌ କ’ଣ ହୁଏ, ଜାଣିଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ଫିଲ୍ମ ରିଲିଜ ପରେ ଲକ୍ଷାଧିକ ଟଙ୍କାର କଷ୍ଟ୍ୟୁମ୍‌ କ’ଣ ହୁଏ, ଜାଣିଛନ୍ତି

ମୁମ୍ୱାଇ:  ଗୋଟିଏ ଫିଲ୍ମ ତିଆରି ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଆଉ ପିରିୟଡିକ୍‌ ଫିଲ୍ମ କିମ୍ୱା ହିଷ୍ଟୋରିକ ଫିଲ୍ମ ହେଲେ ଏହାର ସେଟ୍‌, ହିରୋ, ହିରୋଇନଙ୍କ କଷ୍ଟ୍ୟୁମ୍‌ ଲାଗି ଢେର ଅଧିକ ଟଙ୍କା ଖର୍ଚ୍ଚ ହୋଇଥାଏ। ଫିଲ୍ମର କାହାଣୀ ଅନୁଯାୟୀ,  ହିରୋଇନମାନେ ଆକର୍ଷଣୀୟ ଦେଖାଯିବା ସହ ଲକ୍ଷ ଲକ୍ଷ ଟଙ୍କାର ଡ୍ରେସ୍‌ ପିନ୍ଧିଥାନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି, ଫିଲ୍ମ ଶେଷ ହେବା ପରେ ହିରୋଇନମାନେ ପିନ୍ଧିଥିବା ଦାମିକିଆ ଡ୍ରେସ୍‌ କ’ଣ ହୁଏ। ତାହାକୁ କେଉଁଠି ରଖାଯାଏ ଓ ପରେ କିପରି ବ୍ୟବହାର କରାଯାଏ।  ଆସନ୍ତୁ ଜାଣିବା ଏ ବିଷୟରେ ।

ଫିଲ୍ମର ମୁଖ୍ୟ ଚରିତ୍ରଙ୍କ ଡ୍ରେସ୍‌ ଲାଗି ପ୍ରଡକ୍ସନ ହାଉସ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଏ। ଗତ ବର୍ଷ ଆସିଥିବା ଫିଲ୍ମ ‘ପଦ୍ମାବତ’କୁ ନେଇ ଯେତିକି ଚର୍ଚ୍ଚା ଜୋର ଧରିଥିଲା, ଦୀପିକାଙ୍କ କଷ୍ଟ୍ୟୁମକୁ ନେଇ ମଧ୍ୟ ସେତିକି ଆଲୋଚନା ହୋଇଥିଲା।  ଏହି ଫିଲ୍ମରେ ଦୀପିକା ପିନ୍ଧିଥିବା ଲେହେଙ୍ଗାର ମୂଲ୍ୟ ଥିଲା ୨୦ ଲକ୍ଷ ଟଙ୍କା।  ଏହାବ୍ୟତୀତ ‘ହିରୋଇନ’ ଫିଲ୍ମ ନିମନ୍ତେ କରିନା କପୁର ୧୩୦ ହଳ ଡ୍ରେସ୍‌ ପିନ୍ଧିଥିଲେ। ଏବେ ଆପଣ ଭାବୁଥିବେ ଯେ,  ଫିଲ୍ମ ରିଲିଜ ହେବା ପରେ ଏହି ଡ୍ରେସ୍‌ଗୁଡିକ କ’ଣ ହେଉଛି।

ଫିଲ୍ମ ଶୁଟିଂ ପୁରା ହେବା ପରେ ଏହି କଷ୍ଟ୍ୟୁମ୍‌କୁ ପ୍ରଡକ୍ସନ ହାଉସ ପକ୍ଷରୁ ସୁରକ୍ଷିତ ଭାବେ ବାକ୍ସରେ ଭର୍ତ୍ତି କରି ରଖାଯାଏ। ଏଥିସହ ଉକ୍ତ କଷ୍ଟ୍ୟୁମ୍‌ର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ରହିଥାଏ।  ଏହାକୁ ମଧ୍ୟ ଉକ୍ତ ବାକ୍ସରେ ରଖି ଦିଆଯାଏ।

ବେଳେବେଳେ ଅନ୍ୟ ଫିଲ୍ମର ବ୍ୟାକ୍‌ ଗ୍ରାଉଣ୍ଡ ଡ୍ୟାନ୍ସର କିମ୍ୱା ଅନ୍ୟ କଳାକାର ଏହାକୁ ପିନ୍ଧିଥାନ୍ତି। ନଚେତ ଏହାକୁ ମିସ୍‌ ମ୍ୟାଚ୍‌ କରି ପିନ୍ଧାଯାଏ, ଯେପରି ଦର୍ଶକଙ୍କ ଆଖିରୁ ଖସି ଯାଇ ହେବ।  କେତେକ ଡ୍ରେସ୍‌କୁ କଳାକାରମାନେ ସେମାନଙ୍କ ସ୍ମୃତି ହିସାବରେ ସାଇତି ରଖିବାକୁ ମଧ୍ୟ ନେଇ ଯାଇଥାନ୍ତି।

ବଡ ବଡ କଳାକାର ପିନ୍ଧିଥିବା ଡ୍ରେସ୍‌ ଲାଗି ସମସ୍ତଙ୍କ ମନରେ ଉତ୍ସୁକତା ଥାଏ। ଏଥିଲାଗି ବହୁଥର ଚ୍ୟାରିଟିର ଆୟୋଜନ ମଧ୍ୟ କରାଯାଏ। ଯେଉଁଠାରେ ଷ୍ଟାରମାନଙ୍କ କଷ୍ଟ୍ୟୁମ୍‌ ନିଲାମ ହୋଇଥାଏ।  ବହୁ ଫିଲ୍ମ ଶେଷ ପରେ ଡ୍ରେସ୍‌ ଡିଜାଇନର ମଧ୍ୟ କିଛି ଡ୍ରେସକୁ ନିଜ ପାଖରେ ସାଇତି ରଖିବାକୁ ପସନ୍ଦ କରିଥାନ୍ତି।

 



from Odisha Reporter http://bit.ly/2I361b9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages