ସଙ୍କଟରେ କର୍ଣ୍ଣାଟକା ମେଣ୍ଟ ସରକାର, ଚିନ୍ତା ବଢ଼ାଇଛି ଜିଏଡିଏସ-କଂଗ୍ରେସ କଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ସଙ୍କଟରେ କର୍ଣ୍ଣାଟକା ମେଣ୍ଟ ସରକାର, ଚିନ୍ତା ବଢ଼ାଇଛି ଜିଏଡିଏସ-କଂଗ୍ରେସ କଳି

ବେଙ୍ଗାଲୁରୁ: ସାଧାରଣ ନିର୍ବାଚନରେ କର୍ଣ୍ଣାଟକାରେ ନିଜର ଅସ୍ଥିତ୍ୱ ହରାଇଛି ମେଣ୍ଟ ସରକାରରେ ସାମିଲ ଥିବା ଜେଡିସ ଓ କଂଗ୍ରେସ। ଏହାପରେ ପରାଜୟ ପାଇଁ ଜେଡ଼ିଏସ ଓ କଂଗ୍ରେସ ମଧ୍ୟରେ ବିବାଦ ବଢ଼ିଥିବା ଦେଖିବାକୁ ମିଳିଛି। ଏମିତିକି ମେଣ୍ଚ ସରକାର ଭାଙ୍ଗିଯାଇ ପାରେ ବୋଲି ଚର୍ଚ୍ଚା ହେଉଛି। ଏହାପରେ ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ କେନ୍ଦ୍ର କଂଗ୍ରେସ ଦଳର ବରିଷ୍ଠ ନେତା ବେଣୁ ଗୋପାଳଙ୍କୁ ବେଙ୍ଗାଲୁରୁ ପଠାଇଥିବା ସୂଚନା ରହିଛି। କଂଗ୍ରେସ ନେତା ଗୁଲାନ ନବୀ ଆଜାଦ୍ ବି ବେଙ୍ଗାଲୁରୁ ଆସିବାର ଥିଲା। କିନ୍ତୁ ଦଳ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଇସ୍ତଫା ପ୍ରସଙ୍ଗ ଜାରି ରହିଥିବାରୁ ଗୁଲମନବୀ ଆଜାଦଙ୍କ ବେଙ୍ଗାଲୁରୁର ଗସ୍ତ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା।

ଦୁଇ ଦିନ ତଳେ କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଏସ୍.ଏମ୍ କ୍ରିଷ୍ଣାଙ୍କୁ ତାଙ୍କ ବାସଭାବନରେ ଦୁଇ କଂଗ୍ରେସ ବିଧାୟକ ଭେଟିଥିଲେ। ଏହାପରେ ମେଣ୍ଟ ସରକାରକୁ ନେଇ କଂଗ୍ରେସ ବିଧାୟକ ଅସନ୍ତୁଷ୍ଟ ଥିବା ଜଣାପଡ଼ିଥିଲା। ଅନ୍ୟପଟେ ମେ ୨୩ ପରେ କର୍ଣ୍ଣଟକାରେ ମେଣ୍ଟ ସରକାର ଧୋଇଯିବ ବୋଲି ବିଜେପି ନାରା ଦେଇଥିବାରୁ ଜେଡିଏସ ଓ କଂଗ୍ରେସ ନେତୃମଣ୍ଡଳୀ ଚିନ୍ତାରେ ଥିବା ଜଣାପଡ଼ିଛି।

ଗତବର୍ଷ କର୍ଣ୍ଣାଟକାରେ ବିଧାନସଭା ନିର୍ବାଚନ ହୋଇଥିଲା। ମୋଟ ୨୨୫ ବିଧାନସଭା ଆସନରୁ ବିଜେପି ୧୦୪ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୭୮ଟି ଏବଂ ଜେଡିଏସ ୩୭ଟି, ବିଏସପି ଗୋଟିଏ ଏବଂ ଅନ୍ୟ ୩ଟି ଆସନ ଅନ୍ୟାନ୍ୟ ଦଳ ଜିତିଥିଲେ। ବିଜେପିକୁ ଜନାଦେଶ ମିଳିଥିଲେ ମଧ୍ୟ ମ୍ୟାଜିକ ନମ୍ୱର ୧୧୩ ଛୁଇଁ ପାରିନଥିଲା। ତେଣୁ ବିଜେପିକୁ ବାଦ୍ ଦେଇ କଂଗ୍ରେସ ଓ ଜେଡିଏସ କର୍ଣ୍ଣାଟକାରେ ସରକାର ଗଢ଼ିବାରେ ସଫଳ ହୋଇଛନ୍ତି।

ସେହିପରି ୨୮ ଲୋକସଭା ଆସନରୁ ଚଳିତଥର ବିଜେପି ୨୫ଟିରେ ଜିତିଥିବା ବେଳେ କଂଗ୍ରେସ ଓ ଜେଡିଏସ ଉଭୟ ଗୋଟିଏ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି। ଅନ୍ୟ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜେପିକୁ ସମର୍ଥନ କରୁଥିବା ଜଣାପଡ଼ିଛି।

ମେଣ୍ଟ ସରକାରରେ ଏଭଳି ସ୍ଥିତିକୁ ନେଇ ବିରୋଧୀ ଦଳ ନେତା ତଥା ବିଜେପିର ବରିଷ୍ଠ ନେତା ବିଏସ ୟେଦୁରପ୍ପା ପୁଣିଥରେ ନିର୍ବାଚନ କରିବା ପାଇଁ ଦାବି କରିଛନ୍ତି।



from Odisha Reporter http://bit.ly/2EHFYWd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages