ଆମେରିକାରେ ଓଡ଼ିଶାକୁ ସହାୟତା ପାଇଁ ହୋର୍ଡିଂ କେତେ ସତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ଆମେରିକାରେ ଓଡ଼ିଶାକୁ ସହାୟତା ପାଇଁ ହୋର୍ଡିଂ କେତେ ସତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଫୋନି’ ବାତ୍ୟା ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏବଂ ସାଂସ୍କୃତିକ ପ୍ରାଣକେନ୍ଦ୍ର ପୁରୀ ସମେତ ଆଖପାଖ ଅଞ୍ଚଳରେ ତାଣ୍ଡବ ରଚିଛି। ଏହି ଘଟଣାକୁ ୮ ଦିନ ବିତି ଯାଇଥିଲେ ମଧ୍ୟ ସ୍ଥିତି ସ୍ୱାଭାବିକ ହୋଇନାହିଁ। ତେବେ ଓଡ଼ିଶାର ଏଭଳି ସ୍ଥିତିରେ ସରକାର ଓ ପ୍ରଶାସନ ବ୍ୟତୀତ ବିଭିନ୍ନ ମହଲରୁ ସାହାଯ୍ୟର ସୁଅ ଛୁଟିବାରେ ଲାଗିଛି। କିନ୍ତୁ ସୋଶାଲ ମିଡିଆରେ ଏପରି କିଛି ଫଟୋ ଭାଇରାଲ ହେଉଛି ଯେଉଁଥିରେ ଦର୍ଶାଯାଇଛି ଆମେରିକାର କେଉଁ ଏକ ସହରରେ ଓଡ଼ିଶାକୁ ସାହାଯ୍ୟ କରିବାକୁ ହୋର୍ଡିଂ ଲାଗିଛି। ତେବେ ଏହା ଫେକ୍ ବୋଲି ଜଣାପଡ଼ିଛି, ଯାହାକି photofunia.com ନାମକ ଏକ ୱେବ୍‌ସାଇଟ୍‌ ଜରିଆରେ କରାଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି।

ଏହି ୱେବ୍‌ସାଇଟ୍‌ ଜରିଆରେ ଏଥିରେ ଉପଲବ୍ଧ କିଛି ବ୍ୟାକ୍‌ଗ୍ରାଉଣ୍ଡରେ ଆପଣ ଚାହିଁଲେ ଯେକୌଣସି ଫଟୋ ଦେଇପାରିବେ। ଏଥିରେ ଏକାଧିକ ଫଟୋ ପାଇଁ ସ୍ଥାନ ରହିଛି, ଆପଣ ଚାହିଁଲେ ଗୋଟିଏ ଅଥବା ଏକାଧିକ ଫଟୋ ମଧ୍ୟ ଦେଇପାରିବ। ତେବେ କେବଳ ମଜାମଉଜ ପାଇଁ ଉଦ୍ଦିଷ୍ଟ ଏହି ପ୍ଲାଟଫର୍ମର ବ୍ୟବହାର କରି ବାତ୍ୟା ବିପର୍ଯ୍ୟୟ ପରି ସମ୍ବେଦନଶୀଳ ପ୍ରସଙ୍ଗରେ ପୋଷ୍ଟ କରିବା ଆଶ୍ଚର୍ଯ୍ୟକର ମନେ ହେଉଛି।

କେବଳ ଏହି ଫଟୋ ନୁହେଁ ପୂର୍ବରୁ ମଧ୍ୟ କିଛି ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ଏବଂ ପରେ ତାହା ଫେକ୍‌ ବୋଲି ଜଣାପଡ଼ିବା ଭଳି ଘଟଣା ଘଟିସାରିଛି। ସୋଶାଲ ମିଡିଆ ଏକ ବ୍ୟାପକ ପ୍ଲାଟଫର୍ମ। କିଛି ଖବର ଓ ଚିତ୍ର ତୁରନ୍ତ ବ୍ୟାପିଯାଉଥିବାରୁ କୌଣସି ତଥ୍ୟ ବା ଫଟୋଚିତ୍ର ଶେୟାର କରିବା ସମୟରେ ସାବଧାନ ରହିବା ବର୍ତ୍ତମାନର ଡିଜିଟାଲ ଯୁଗରେ ସବୁଠାରୁ ବଡ଼ ଆହ୍ୱାନ ମନେହୁଏ।



from Odisha Reporter http://bit.ly/2VbcHZB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages