ଆପତ୍ତିଜନକ ପାମ୍ଫଲେଟ୍‌କୁ ନେଇ କାନ୍ଦିଲେ ଆପ୍‌ ନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ଆପତ୍ତିଜନକ ପାମ୍ଫଲେଟ୍‌କୁ ନେଇ କାନ୍ଦିଲେ ଆପ୍‌ ନେତା

ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀର ଲୋକସଭା ଆସନରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର ମହିଳା ପ୍ରାର୍ଥୀ ଅତୀଶ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କାନ୍ଦି ପକାଇଛନ୍ତି। ବିଜେପି ପ୍ରାର୍ଥୀ କ୍ରିକେଟର ଗୌତମ ଗମ୍ଭୀର ତାଙ୍କ ବିରୋଧରେ ଅନେକ ଆପତ୍ତିଜନକ ପାମ୍ଫଲେଟ୍‌ ଚାରିଆଡ଼େ ବାଣ୍ଟି ଥିବା ଅଭିଯୋଗ କରିବା ସହ ଏହାକୁ ନେଇ କାନ୍ଦି ପକାଇଛନ୍ତି ଅତୀଶ।

ଆସନ୍ତା ରବିବାର ଦିଲ୍ଲୀରେ ଲୋକସଭା ଆସନ ପାଇଁ ନିର୍ବାଚନ ହେବ। ଏଥିପାଇଁ ସବୁ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ତେବେ ଅତୀଶଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କିଛି ଆପତ୍ତିଜନକ ପାମ୍ଫଲେଟ୍‌ ବଣ୍ଟା ଯାଇଥିବାରୁ ଏହାକୁ ନେଇ ଆପ୍‌ ପକ୍ଷରୁ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କୁ ଦାୟୀ କରାଯାଇଛି। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଟ୍ୱିଟ୍‌ କରି ଆପତ୍ତିଜନକ ପାମ୍ପଲେଟ୍‌ ପାଇଁ ଗୌତମ ଗମ୍ଭୀରଙ୍କୁ ଦାୟୀ କରିଛନ୍ତି।

ଆଜି ଅତୀଶ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ମୁଁ ଗୌତମ ଗମ୍ଭୀରଙ୍କୁ ଗୋଟିଏ ପ୍ରଶ୍ନ କରିବାକୁ ଚାହେଁ, ଯଦି ସେ ଜଣେ ମହିଳାଙ୍କ ବିରୋଧରେ ଏଭଳି ମିଛ ଓ ଆପତ୍ତିଜନକ ପାମ୍ଫଲେଟ୍‌ ବାଣ୍ଟି ପାରୁଛନ୍ତି, ତା’ହେଲେ ପୂର୍ବ ଦିଲ୍ଲୀରେ ଥିବା ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ସେ କ’ଣ କରିବେ? ଏଠାରେ ଥିବା ମହିଳାମାନେ ନିଜର ସୁରକ୍ଷା ପାଇଁ ଚିନ୍ତିତ ରହିଥିବା ବେଳେ ଗମ୍ଭୀରଙ୍କ ଏଭଳି କାର୍ଯ୍ୟ ଆହୁରି ବିପଦ ସୃଷ୍ଟି କରିଛି।”

ଅନ୍ୟପକ୍ଷରେ ଗମ୍ଭୀରଙ୍କ ବିରୋଧରେ ଆପ୍‌ ଆଣିଥିବା ସମସ୍ତ ଅଭିଯୋଗକୁ ବିଜେପି ଖଣ୍ଡନ କରିଛି।

ଏହିଁ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଆପ୍‌ ନେତା ତଥା ଦିଲ୍ଳୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, “ପାମ୍ଫଲେଟ୍‌ରେ ଆପ୍‌ ପ୍ରାର୍ଥୀ ଅତୀଶଙ୍କ ସମ୍ପର୍କରେ ଅତ୍ୟନ୍ତ ଆପତ୍ତିଜନକ ଶବ୍ଦ ବ୍ୟବହାର କରାଯାଇଛି। ଏହାକୁ ପଢ଼ି ସମସ୍ତେ ଲଜ୍ଜା ଅନୁଭବ କରୁଛନ୍ତି। କିନ୍ତୁ ମୁଁ ଅତୀଶଙ୍କୁ ବିଚଳିତ ନ ହେବାକୁ କହିଛି। ଲୋକମାନେ ଏହାର ଜବାବ ନିଶ୍ଚିତ ଭାବେ ଦେବେ।”



from Odisha Reporter http://bit.ly/2VNWNIZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages