
ପାରାଦୀପ(ଓଡ଼ିଶା ରିପୋର୍ଟର):ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ। ଥଣ୍ଡାପାନୀୟରେ ବିଷ ମିଶାଇ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆଜି କୁଜଙ୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପାରିବାରିକ କଳହକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା କୁହାଯାଉଛି। ମୃତ ଯୁବକ ହେଲେ କାହ୍ନୁ ରାଉତ। ଏନେଇ କାହ୍ନୁଙ୍କ ବଡ଼ ଭଉଣୀ ଗୀତାଞ୍ଜଳି ସାମଲ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, କୁଜଙ୍ଗ ଥାନା ମଙ୍ଗରାଜପୁର ଗାଁର କାହ୍ନୁ ରାଉତଙ୍କ ସହ ଜଣେ ନାବାଳିକାର ବିବାହ ହୋଇଥିଲା। ଗତ ୨ ୨ବର୍ଷ ପୂର୍ବେ ଉଭୟଙ୍କ ପ୍ରେମ ବିବାହ ହୋଇ ଥିଲା। ହେଲେ ଯୁବତୀଙ୍କ ଘର ପକ୍ଷରୁ ଏନେଇ ଥାନାରେ ଅପହରଣ ଅଭିଯୋଗ କରାଯାଇଥିଲା। ସେଇଦିନଠାରୁ ପୁଲିସ ଭୟରେ କାହ୍ନୁ ରାଉତ ନିଜ ଘରେ ନରହି ଅନେକ ସମୟରେ ନିଜ ବନ୍ଧୁବାନ୍ଧବ ଘରେ ରହି ଆସୁଥିଲା। ସେହିପରି କାହ୍ନୁଙ୍କ ପତ୍ନୀ ମଧ୍ୟ ବେଳେ ବେଳେ ନିଜ ବନ୍ଧୁ ବାନ୍ଧବଙ୍କ ଘରେ ରୁହନ୍ତି।
ଗୀତାଞ୍ଜଳି ଅଭିଯୋଗ କରିଛନ୍ତି ଯେ, ଗତ ୧୮ ଦିନ ପୂର୍ବେ ତାଙ୍କ ସାନଭଉଣୀ ବିବାହ ଥିବାରୁ ଏକାଠି କାହ୍ନୁ ରାଉତ ଏବଂ ତାଙ୍କ ପତ୍ନୀ ଘରକୁ ଫେରିଥିଲେ। କିନ୍ତୁ କାହ୍ନୁଙ୍କ ପତ୍ନୀ ତାଙ୍କର ସମ୍ପର୍କୀୟ ଘରକୁ ଯାଇଥିଲେ। ଗତକାଲି କାହ୍ନୁ ତାଙ୍କ ପତ୍ନୀଙ୍କୁ ଡାକିବାକୁ ଯାଇଥିଲା ବେଳେ ତାଙ୍କ ପତ୍ନୀ ଏବଂ ଆଉ କିଛି ଜଣ ମିଶି କାହ୍ନୁଙ୍କୁ ନିସ୍ତୁକ ମାଡ଼ ମାରି ଜବରଦସ୍ତ ଥଣ୍ଡାରେ ବିଷ ମିଶାଇ ପିଆଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମାଳହୁଙ୍କା ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଜଗତସିଂହପୁର ହସପିଟାଲ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।
from Odisha Reporter http://bit.ly/2w4hfqg
No comments:
Post a Comment