
ନୂଆଦିଲ୍ଲୀ:ଲୋକପ୍ରିୟ ଆମେରିକୀୟ ଅନ୍ଲାଇନ୍ ଶପିଂ ସାଇଟ୍ ଆମାଜନ୍ ହିନ୍ଦୁଦେବାଦେବୀଙ୍କ ଫଟୋ ଥିବା ପାଇଖାନା ସାମଗ୍ରୀ ବିକ୍ରି କରିବାକୁ ନେଇ ଆଜି ଦେଶ ସାରା ପ୍ରବଳ ବିରୋଧ କରାଯାଇଛି। ପାଇଖାନା କମୋଡ୍ କଭର୍ ସହିତ ଚଟାଣ ପାଇଁ ମ୍ୟାଟ୍ ଓ କୁକୁରର ବସ୍ତ୍ର ଆଦି ଆମାଜନ୍ ପ୍ଲାଟଫର୍ମରେ କେହି ବିକ୍ରି କରୁଥିବାର ସ୍କ୍ରିନ୍ଶଟ୍ ମିଳିବାପରେ ଆମାଜନ୍କୁ ବୟକଟ୍ କରିବା ପାଇଁ ବିଭିନ୍ନ ହ୍ୟାଶଟ୍ୟାଗ୍ ସହିତ ଆଜି ସୋଶାଲ ମିଡିଆରେ ହୋହଲ୍ଲା ଦେଖିବାକୁ ମିଳିଥିଲା। ଆଉ ସବୁଠାରୁ ଅଧିକ ଲୋକପ୍ରିୟ ଥିଲା #BoycottAmazon।
ହଜାର ହଜାର ଟ୍ୱିଟର ବ୍ୟବହାରକାରୀ ସମର୍ଥନ ଯୋଗାଡ଼ କରି ଆମାଜନ୍କୁ ବିରୋଧ କରିବାରେ ଲାଗିଥିଲେ। ଏପରିକି କେତେଜଣ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଟ୍ୟାଗ୍ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆମାଜନ୍ ପକ୍ଷରୁ ଏହାର ଉତ୍ତର ଏଯାଏ ଦିଆଯାଇନାହିଁ।
ତେବେ ଏଭଳି ବିରୋଧ ପ୍ରଥମେ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା। ସେତେବେଳେ ଏକ କମ୍ପାନୀ ଭାରତର ଜାତୀୟ ପତାକା ସଦୃଶ ମ୍ୟାଟ୍ ବିକ୍ରି ହେଉଥିବା ଦେଖିବାକୁ ମିଳିଥିଲା। ସେହି ସମୟରେ ସୁଷମା ସ୍ୱରାଜ ଆମାଜନ୍କୁ ଧମକାଇ କହିଥିଲେ ଯଦି ଏହି ଉତ୍ପାଦ ହଟାନଯାଏ, ତେବେ ଆମାଜନ୍ କର୍ମଚାରୀଙ୍କ ଭିସା ରଦ୍ଦ କରାଯିବ।
ପୂର୍ବଥର ପରି ଏଥର ମଧ୍ୟ କିଛି ସାମଗ୍ରୀ ଆମାଜନ୍ ହଟାଇନେଇଛି। ଜଣେ ଟ୍ୱିଟର ବ୍ୟବହାରକାରୀ ଏହି ପ୍ରସଙ୍ଗରେ କହିଛନ୍ତି, ଏଭଳି ‘ହିନ୍ଦୁଫୋବିକ୍’ ବ୍ୟବସାୟକୁ ଯେତେପର୍ଯ୍ୟନ୍ତ ଆମେ ପ୍ରୋତ୍ସାହନ ଦେଉଥିବା ଆଉ ସେମାନେ ଆମ ଦେବାଦେବୀ, ଆମ ବିଶ୍ୱାସ ଏବଂ ଆମ ସଭ୍ୟତାର ଅପମାନ କରିଆସୁଥିବେ।
from Odisha Reporter http://bit.ly/2Qam4YC
No comments:
Post a Comment