
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଥର ନିର୍ବାଚନରେ ଯେତେ ଜଣ ପ୍ରାର୍ଥୀ ହୋଇଛନ୍ତି, ସେଥିରେ ବାପ-ପୁଅ ମଧ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର।
ନରସିଂହ ମିଶ୍ର ବଲାଙ୍ଗିର ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ବେଳେ ସମରେନ୍ଦ୍ର ମିଶ୍ର ବଲାଙ୍ଗିର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସମରେନ୍ଦ୍ରଙ୍କର ଏହା ହେଉଛି ଡେବ୍ୟୁ ନିର୍ବାଚନ।
ନରସିଂହ ମିଶ୍ର ଆଗରେ ରହିଥିବା ବେଳେ ତାଙ୍କ ପୁଅ ପଛରେ ରହିଛନ୍ତି। ବଲାଙ୍ଗିର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଓ ବିଜେଡି ପ୍ରାର୍ଥୀ ତଥା ତାଙ୍କ ଦିଅର କଳିକେଶଙ୍କ ମଧ୍ୟରେ ଲଢ଼େଇ ଚାଲିଛି। ସଙ୍ଗୀତା ଅଧିକ ସମୟ ଆଗରେ ଚାଲିଥିବା ବେଳେ ମଝିରେ କଳିକେଶ ମଧ୍ୟ ଆଗରେ ଚାଲିଥିଲେ।
from Odisha Reporter http://bit.ly/2VLM5P4
No comments:
Post a Comment