୩୫୦ କୋଟି କ୍ଲବ୍‌ରେ ସାମିଲ୍‌ ହେଲା ‘ଆଭେଞ୍ଜରସ୍‌ ଏଣ୍ଡଗେମ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

୩୫୦ କୋଟି କ୍ଲବ୍‌ରେ ସାମିଲ୍‌ ହେଲା ‘ଆଭେଞ୍ଜରସ୍‌ ଏଣ୍ଡଗେମ୍‌’

ମୁମ୍ବାଇ: ଏପ୍ରିଲ୍‌ ୨୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଆଭେଞ୍ଜରସ୍‌ ଏଣ୍ଡଗେମ୍‌’ ବକ୍ସ ଅଫିସ୍‌ରେ ଲଗାତାର ଗୋଟେ ପରେ ଗୋଟେ ରେକର୍ଡ କରିବାରେ ଲାଗିଛି। ଏବେ ସବୁ ସିନେମା ହଲ୍‌ରେ ଏହି ଫିଲ୍ମ ତାର ଜଲ୍‌ୱା ଦେଖାଇ ଚାଲିଛି। ଭାରତରେ ଏହି ଫିଲ୍ମର ଏତେ ପ୍ରଶଂସକ ଅଛନ୍ତି ଯେ, କେବଳ ଭାରତର ବକ୍ସ ଅଫିସ୍‌ରେ ଏହି ଫିଲ୍ମ ୩୫୪ କୋଟି ଟଙ୍କାରୁ ଅଧିକା ରୋଜଗାର କରିସାରିଛି।

ଏଥିରୁ ଏହା ଅନୁମାନ ଲଗାଯାଉଛି ଯେ, ବହୁତ ଶୀଘ୍ର ଏହା ୪୦୦ କୋଟି କ୍ଲବ୍‌ରେ ସାମିଲ୍‌ ହୋଇଯିବ। ଏହି ଫିଲ୍ମ ଏତେ ଲୋକପ୍ରିୟ ଯେ, କେବଳ ରିଲିଜ୍‌ ହେବା ଦିନ ଏହା ୫୩ କୋଟି ୧୦ ଲକ୍ଷ ଟଙ୍କା ରୋଜଗାର କରିଥିଲା। ଯାହାକି ଏକ ବଡ଼ ରେକର୍ଡ।

ଫିଲ୍ମ ‘ଆଭେଞ୍ଜରର୍ସ ଏଣ୍ଡଗେମ୍‌’ର ଏହା ହେଉଛି ଶେଷ ଫିଲ୍ମ। ଯେଉଁଥିରେ ଆଇରନ୍‌ ମ୍ୟାନ୍‌ଙ୍କ ମୃତ୍ୟୁ ହେଉଛି। ଆଇରନ୍‌ ମ୍ୟାନ୍‌ ହେଉଛି ମାର୍ବଲ ସିରିଜ୍‌ର ବହୁ ଲୋକପ୍ରିୟ ଚରିତ୍ର।

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହଁଛୁ ଯେ, ପ୍ରଥମେ ଭାରତରୁ ହିଁ ଏହି ଫିଲ୍ମର ପ୍ରମୋସନ୍‌ ଆରମ୍ଭ ହୋଇଥିଲା। ଏହି ଫିଲ୍ମରେ ହିନ୍ଦି ଏଂ ତାମିଲ୍ ଭର୍ସନର ସଙ୍ଗୀତ ଏ.ଆର. ରେହମାନ ଦେଇଛନ୍ତି।

ପୂର୍ବରୁ “ମାର୍ବଲ୍ ଷ୍ଟୁଡିଓ”ର ଏହି ଫିଲ୍ମକୁ ନେଇ ଭାରତରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା। “ଆଭେଞ୍ଜରସ୍: ଏଣ୍ଡଗେମ୍‘” ମାର୍ବଲ ସିନେମାଟିକ୍ ୟୁନିଭର୍ସର ୨୨ତମ ଫିଲ୍ମ। ଭାରତରେ ଏହି ଫିଲ୍ମ ଇଂରାଜି, ହିନ୍ଦି, ତାମିଲ୍ ଏବଂ ତେଲୁଗୁ ଭାଷାରେ ରିଲିଜ୍ ହୋଇଛି।



from Odisha Reporter http://bit.ly/2HlrRYo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages