ବନ୍ଦ ହୋଇଯିବ ଫେସ୍‌ବୁକ୍ ଲାଇଭ୍ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ବନ୍ଦ ହୋଇଯିବ ଫେସ୍‌ବୁକ୍ ଲାଇଭ୍ !

ସାନ୍ ଫ୍ରାନସିସ୍କୋ: ବର୍ତ୍ତମାନ ଯିଏ ଯେତେବେଳେ ଯାହା ଚାହିଁଲା ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ଲାଇଭ୍ କରିଦେଇ ପାରୁଛି। ରାସ୍ତାଘାଟରେ ଘଟୁଥିବା ଦୁର୍ଘଟଣା ହେଉ ଅବା ଆଉ କିଛି। ଏବେ ଏବେ ଶେଷ ହୋଇଥିବା ନିର୍ବାଚନରେ ହଜାର ହଜାର ଫେସ୍‌ବୁକ୍ ଲାଇଭ୍ ଭିଡ଼ିଓ ଆମେ ଦେଖିଛେ।

ହେଲେ ଆଉ ଏଣିକି ଏହି ଫେସ୍‌ବୁକ୍‌ ଲାଇଭ୍( Facebook Live) ସୁବିଧାଟି ସହଜରେ ମିଳିବ ନାହିଁ। ଆମେ ଚାହିଁଲେ ନିଜ ଆକାଉଣ୍ଟରେ ଲାଇଭ୍ କରି ପାରିବା ନାହିଁ। ଫେସ୍‌ବୁକ୍ ଚାହିଁଲେ ଆମେ କରୁଥିବା ଲାଇଭ୍‌କୁ କାଟି ଦେବ। ଫେସ୍‌ବୁକ୍‌ର ଏହି ଲାଇଭ୍ ବିକଳ୍ପଟି ଏଥର ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁ ସମୟରେ ଉପଲବ୍ଧ ହେବ ନାହିଁ।

ବିଶେଷ କରି ବିଭତ୍ସ ଦୃଶ୍ୟ, ଅଶ୍ଳୀଳ ଭିଡ଼ିଓ, ଖରାପ କଥାବାର୍ତ୍ତା ତଥା ଯାହା କିଛି ସମାଜ ପାଇଁ ଭଲ ନୁହେଁ ବା ଅସୁନ୍ଦର ତାହାକୁ ଫେସ୍‌ବୁକ୍‌ରେ ଲାଇଭ୍ କରାଯାଇ ପାରିବ ନାହିଁ।


ଯଦି କିଏ ନିଜ ଆକାଉଣ୍ଟରେ ସେଭଳି କିଛି ଦୃଶ୍ୟ ଲାଇଭ୍ କରୁଛି ତେବେ ତାହାକୁ ଫେସବୁକ୍ ନିଜ ଆଡ଼ୁ ପ୍ରତ୍ୟାହାର କରିଦେବ। ଏଭଳିକି ସାମୟିକ ଭାବେ ଆକାଉଣ୍ଟର ଆସେସ୍‌କୁ ମଧ୍ୟ ବନ୍ଦ କରି ଦେଇ ପାରେ।

ନିକଟରେ ନ୍ୟୁଜିଲାଣ୍ଡର ଏକ ଚର୍ଚ୍ଚରେ ସମବେତ ପ୍ରାର୍ଥନା ଚାଲିଥିବା ବେଳେ ଆତଙ୍କବାଦୀଙ୍କ ଅତର୍କିତ ଗୁଳିମାଡ଼ରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଜୀବନ ଚାଲିଯାଇଛି। ଏଭଳି ଲୋମଟାଙ୍କୋରା ଦୃଶ୍ୟକୁ ମଧ୍ୟ ଆମେ ଫେସ୍‌ବୁକ୍‌ରେ ଲାଇଭ୍ ଦେଖିଛେ।

ଖାସ୍ ଏହି କାରଣରୁ ହିଁ ଫେସ୍‌ବୁକ୍ ଏଭଳି ନିଷ୍ପତ୍ତି ନେଇଛି। ଏଥିପାଇଁ ‘one strike’ ନାମରେ ଏକ ନୂଆ ନୀତି ଗ୍ରହଣ କରିଛି।
ଇତି ମଧ୍ୟରେ ଏଭଳି ଦୃଶ୍ୟ ଥିବା ପ୍ରାୟ ୧୫ ଲକ୍ଷ ଭିଡ଼ିଓ ଫୁଟେଜ୍‌କୁ ଫେସ୍‌ବୁକ୍ କାଟି ସାରିଲାଣି।



from Odisha Reporter http://bit.ly/2Hk4Vsm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages