
ବଲାଙ୍ଗିର(ଘଟେଶ୍ୱର ମିଶ୍ର):ବଲାଙ୍ଗିର ଲୋକସଭା ଆସନରେ ୧୦ ବର୍ଷ ପରେ ବିଜୟୀ ହୋଇଛନ୍ତି ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ। ପୂର୍ବତନ ଲୋକସଭା ସାଂସଦ ତଥା ତାଙ୍କ ଦିଅର କଳିକେଶ ସିଂହଦେଙ୍କୁ ସେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ଏଥର ବି ବଲାଙ୍ଗିରରେ ଦିଅର-ଭାଉଜ ଲଢେଇଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।
ନିର୍ବାଚନରେ ଜିତିବା ପରେ ସଙ୍ଗୀତା ସିଂହଦେଓ କହିଛନ୍ତି,“ଭାରତୀୟ ଜନତା ପାର୍ଟିର ସଙ୍ଗଠନ, ମୋର କାର୍ଯ୍ୟକର୍ତ୍ତା, ନେତାମାନଙ୍କର ପରିଶ୍ରମ ଆଉ ଲୋକମାନଙ୍କର ଆଶା ବିଶ୍ୱାସ ଓ ଆଶୀର୍ବାଦ ଯୋଗୁ ଏହି ବିଜୟ ହୋଇଛି। ବଲାଙ୍ଗିରରେ କିପିରି ବିକାଶ ହେବ ଏହାକୁ ଆମେ ପ୍ରାଧାନ୍ୟ ଦେବୁ। ମୋଦିଙ୍କୁ ବକାଶ ପୁରୁଷ ବୋଲି ଲୋକେ କହୁଛନ୍ତି। ଆମେ ତାଙ୍କ ନେତୃତ୍ୱରେ କାମ କରୁଛୁ। ତେଣୁ ବିକାଶକୁ ପ୍ରଥମ ଗୁରୁତ୍ୱ ଦିଆଯିବ। ଜିଲ୍ଲା ଓ ନିର୍ବାଚନମଣ୍ଡଳୀର ବିକାଶକୁ ଗୁରୁତ୍ୱ ଦିଆଯିବ। ମୁଁ କହିଥିଲି ଆମର ଜଳସେଚନ ବ୍ୟବସ୍ଥାକୁ ଉନ୍ନତି କରିବାର ଅଛି।
ଚାଷୀମାନଙ୍କ ସମସ୍ୟାକୁ ସମାଧାନ କରିବାର ଅଛି। ଏଥିସହ ବଲାଙ୍ଗିରର ବାଇପାସ୍କୁ ନେଇ ଲୋକେ ଅନେକଥର ମୋ ସହ କଥା ହୋଇଛନ୍ତି। ସୋନପୁରରେ ମଧ୍ୟ ଅନେକ ସମସ୍ୟା ରହିଛି ଏହାକୁ ମଧ୍ୟ ସମାଧାନ କରିବାର ଅଛି। କଣ୍ଟାବାଞ୍ଜି, ଲୁଇସିଂହା, ଟିଟିଲାଗଡ଼ ସହ ୭ଟି ନିର୍ବାଚନମଣ୍ଡଳୀରେ ଆମେ ବିକାଶର କାମ କରିବୁ।” ଚଳିତ ନିର୍ବାଚନରେ ଭାଉଜ-ଦିଅର ଲଢ଼େଇ ହୋଇଥିବା ଚର୍ଚ୍ଚାକୁ ନେଇ ପ୍ରଶ୍ନ ହେବାରୁ
ସେ କହିଛନ୍ତି,“ନିର୍ବାଚନ ପୂର୍ବରୁ ମୁଁ କହିଥିଲି ଏହା ବାଲାଜୀ ଟେଲି ଫିଲ୍ମ ନୁହେଁ। ଆମର ପରିବାର ଯାହା ସମସ୍ୟା ରହିଛି ତାହା ଆମେ ରାଜନୀତି ଫିଲ୍ଡରେ ଆଲୋଚନା କରିବାକୁ ଚାହୁଁନାହୁଁ। ଆମେ ଦୁଇ ଜଣ ଭିନ୍ନ ଭିନ୍ନ ଦଳରେ ରହିଛୁ। ଆମେ ଟିକେଟ୍ ପାଇ ନିର୍ବାଚନ ଲଢିଥିଲୁ। ଲୋକମାନଙ୍କର ଆଶୀର୍ବାଦରେ ବିଜୟ ଲାଭ କରିଛୁ।”
from Odisha Reporter http://bit.ly/2JDewNn
No comments:
Post a Comment