ଆପଣ ଘରକୁ ନେଉଥିବା ଫଳରେ ବ୍ୟବହାର ହୋଇନି ତ କେମିକାଲ, କିପରି ଜାଣିବେ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ଆପଣ ଘରକୁ ନେଉଥିବା ଫଳରେ ବ୍ୟବହାର ହୋଇନି ତ କେମିକାଲ, କିପରି ଜାଣିବେ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ):   ଖରା ଦିନ ଆରମ୍ଭ ହେଉ ହେଉ ବଜାରରେ ବିଭିନ୍ନ ପ୍ରକାର ଫଳର ପସରା ମେଲିଲାଣି। ଆମ୍ୱ, ତରଭୁଜ ଆଦି ଭରପୁର ମାତ୍ରାରେ ଏବେ ଉପଲବ୍ଧ ଅଛି। କିନ୍ତୁ ଆପଣ ଜାଣିଛନ୍ତି କି, ଏହା ପ୍ରାକୃତିକ ଉପାୟରେ ପାଚିଛି ନା କେମିକାଲ ଦିଆଯାଇଛି। ଏହାକୁ ଶୀଘ୍ର ପଚାଇବା ଲାଗି ବ୍ୟବସାୟୀମାନେ ଘାତକ କେମିକାଲ ଦେବାକୁ ମଧ୍ୟ ପଛାଉ ନାହାନ୍ତି।  ତେଣୁ ଆପଣ ଫଳ କିଣିବା ବେଳେ କିପରି ଜାଣିବେ ଏଥିରେ କେମିକାଲ ଦିଆଯାଇ କି ନାହିଁ,  ଜାଣନ୍ତୁ।

କେମିକାଲ ଦ୍ୱାରା ପଚାଯାଇଥିବା ଫଳରେ ଚମକପଣ ଥାଏ କିନ୍ତୁ କିଛି କିଛି ଜାଗାରେ ଚିହ୍ନ ହୋଇଯାଇଥାଏ। ଯେଉଁ ଆମ୍ୱରେ କାର୍ବାଇଟ୍‌ ଦିଆଯାଇଥାଏ, ତାହା ୨ରୁ ୩ ଦିନ ମଧ୍ୟରେ ହଳଦିଆରୁ କଳା ପଡିବାକୁ ଲାଗିଥାଏ।  ଏପରି ଫଳ ଖାଇଲେ ମଝି ଅଂଶ ମିଠା ଲାଗୁଥିବା ବେଳେ ଚତୁଃପାର୍ଶ୍ୱ  ଖଟା ଲାଗିଥାଏ।  ଏଥିଲାଗି କୌଣସି ଚିହ୍ନ ହୋଇନଥିବା ଫଳ କିଣିବାକୁ ଚେଷ୍ଟା କରନ୍ତୁ।

ସମୟ ପୂର୍ବରୁ ଫଳକୁ ପଚାଇବା ଲାଗି ତଥା ଓଜନ ବଢାଇବା ଲାଗି ମଧ୍ୟ କେମିକାଲର ପ୍ରୟୋଗ କରାଯାଇଥାଏ। ଫଳ ଓ ପନିପରିବାକୁ ଅଧିକ ଦିନ ପର୍ଯ୍ୟନ୍ତ ଫ୍ରେଶ୍‌ ରଖିବା ସହ, ଚମକଦାର କରିବା ଲାଗି ମହମ ଓ ଆର୍ଟିଫିସିଆଲ କଲରର ମଧ୍ୟ ବ୍ୟବହାର କରାଯାଇଥାଏ।  ଫଳକୁ ପଚାଇବା ଲାଗି କାର୍ବାଇଟର ପ୍ରୟୋଗକୁ ପୂର୍ବରୁ ସରକାର ବ୍ୟାନ୍‌ କରି ସାରିଛନ୍ତି। ଏପରି ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦଣ୍ଡିତ କରାଯିବାର ମଧ୍ୟ ବ୍ୟବସ୍ଥା ରହିଛି। ତେଣୁ ଆପଣ ମଧ୍ୟ ନିଜର ଓ ନିଜ ପରିବାରର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ବଜାରରୁ ଫଳ କିଣିବା ପୂର୍ବରୁ ସତର୍କତା ଅବଲମ୍ୱନ କରିବାକୁ ଭୁଲନ୍ତୁ ନାହିଁ।



from Odisha Reporter http://bit.ly/2WJPhvW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages