
ବ୍ରହ୍ମପୁର(ଅଶୋକ ବ୍ରହ୍ମା):ପୁରୁଣା ବ୍ରହ୍ମପୁର ସ୍ଥିତ ଗୌଡ଼ ସାହିରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଛି। ତାଙ୍କ ନାଁ ଟୁଟୁ ହାତୀ। ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି।
ଗତକାଲି ରାତି ପ୍ରାୟ ସାଢେ ନଅଟା ସମୟରେ ଶ୍ରୀଦୁର୍ଗା କ୍ଲଥ ଷ୍ଟୋର ସମ୍ମୁଖରେ ଥିବା ମଦ ଦୋକାନ ନିକଟରେ ଏହି ଆକ୍ରମଣ ହୋଇଛି। ତେବେ କିଏ ଓ କାହିଁକି ଏଭଳି ଆକ୍ରମଣ କରିଛି ତାହା ଜଣାପଡ଼ିନାହିଁ। ବଡ଼ବଜାର ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter http://bit.ly/2JquH0m
No comments:
Post a Comment