
ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ୱାର୍ଲ୍ଡ କପ୍ ପାଇଁ ଭାରତୀୟ ଟିମ୍ ଚୟନ ହେବାର ମାସେ ବିତିଯାଇଛି, କିନ୍ତୁ କିଛି ଖେଳାଳିଙ୍କୁ ଚୟନ କରିବା ଓ ବାଦ୍ ଦେବା ନେଇ ଚର୍ଚ୍ଚା ଏବେବି ଜାରି ରହିଛି। ତେବେ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ଟିମରେ ସ୍ଥାନ ନମିଳିବା ସବୁଠାରୁ ଅଧିକ ଚର୍ଚ୍ଚା ହୋଇଛି।
ମହେନ୍ଦ୍ର ସିଂହ ଧୋନିଙ୍କ ସହ ୱିକେଟକିପର-ବ୍ୟାଟ୍ସମ୍ୟାନ୍ ଭାବେ ଦିନେଶ କାର୍ତ୍ତିକ ୱାର୍ଲ୍ଡ କପ୍ ଟିମରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଅନ୍ୟପକ୍ଷରେ ପନ୍ତ ଏହି ମହାକୁମ୍ଭରୁ ବାଦ୍ ପଡ଼ିଛନ୍ତି।
ଆଇପିଏଲରେ ଧୂଆଁଧାର ବ୍ୟାଟିଂ କରିବା ପରେ ପନ୍ତଙ୍କ ସପକ୍ଷରେ ଅନେକେ ମୁହଁ ଖୋଲିଛନ୍ତି। ଏପରିକି ଆଇପିଏଲ୍ ଫ୍ରାଞ୍ଚାଇଜି ଦିଲ୍ଲୀ କ୍ୟାପିଟାଲ୍ସ ଦଳର କୋଚ୍ ରିକି ପଣ୍ଟିଂ ଓ ଆଡଭାଇଜର୍ ସୌରଭ ଗାଙ୍ଗୁଲି ପନ୍ତଙ୍କୁ ବିଶ୍ୱକପ୍ ଟିକେଟ୍ ନମିଳିବା ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
କିନ୍ତୁ ଏହି ମାମଲାରେ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କ ପରେ ଏବେ ଭାରତୀୟ ଟିମ୍ କ୍ୟାପଟେନ୍ ବିରାଟ କୋହଲି ମୁହଁ ଖୋଲିଛନ୍ତି। କାର୍ତ୍ତିକଙ୍କୁ ଚୟନ କରିବା ପଛର କାରଣ କ’ଣ, ତାହା ବିରାଟ୍ ସ୍ପଷ୍ଟ କରିଛନ୍ତି। ବିରାଟଙ୍କ କହିବା ଅନୁଯାୟୀ, କଠିନ ପରିସ୍ଥିତିକୁ ଦୃଷ୍ଟିରେ ରଖି କାର୍ତ୍ତିକଙ୍କୁ ଟିମରେ ସାମିଲ୍ କରାଯାଇଛି। କାର୍ତ୍ତିକଙ୍କ ପାଖରେ ପ୍ରଚୁର ଅଭିଜ୍ଞତା ରହିଛି। ଟିମ୍ ମ୍ୟାନେଜମେଣ୍ଟର ସବୁ ସଦସ୍ୟ କାର୍ତ୍ତିକଙ୍କ ଦକ୍ଷତା ସମ୍ବନ୍ଧରେ ଅବଗତ ଅଛନ୍ତି। ଯଦି ଧୋନି ଆହତ ହୁଅନ୍ତି, ତାହେଲେ କାର୍ତ୍ତିକ ସୁଯୋଗ ପାଇବେ।
କାର୍ତ୍ତିକ ୱିକେଟକିପିଙ୍ଗ୍ ବ୍ୟତୀତ ସୀମିତ ଓଭରରେ ନିଜର ଯୋଗଦାନ ଦେଇ ପାରିବେ। ଜଣେ ଫିନିଶର୍ ଭାବେ କାର୍ତ୍ତିକ ଅତୀତରେ ଭଲ ପ୍ରଦର୍ଶନ କରିଛନ୍ତି। ତେଣୁ ଏହି ସବୁ ଦକ୍ଷତାକୁ ଦୃଷ୍ଟିରେ ରଖି କାର୍ତ୍ତିକଙ୍କୁ ଆମେ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଚୟନ କରିଛୁ ବୋଲି ବିରାଟ କହିଛନ୍ତି। ୱାର୍ଲ୍ଡ କପରେ ଧୋନି ଭାରତର ପ୍ରଥମ ପସନ୍ଦ ୱିକେଟକିପର-ବ୍ୟାଟ୍ସମ୍ୟାନ୍। କିନ୍ତୁ କାର୍ତ୍ତିକଙ୍କୁ ବିକଳ୍ପ ଭାବେ ଟିମରେ ରଖାଯାଇଛି।
from Odisha Reporter http://bit.ly/2LJ4Gvu
No comments:
Post a Comment