ଚତୁର୍ଥୀ ଭୋଜିରେ ବଜ୍ରପାତ: ବିଧବା ହେଲେ ନବବଧୂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ଚତୁର୍ଥୀ ଭୋଜିରେ ବଜ୍ରପାତ: ବିଧବା ହେଲେ ନବବଧୂ

ଆନନ୍ଦପୁର(ମୁନ୍ନା ସିଂ): ଚତୁର୍ଥୀ ଭୋଜି ପାଇଁ ଚାଲିଥିଲା ଆୟୋଜନ। ସମସ୍ତେ ବ୍ୟସ୍ତ ଥିଲେ। ଏହି ସମୟରେ ହେଲା ବଜ୍ରପାତ। ବରଙ୍କ ମୃତ୍ୟୁ ଘଟିଥିବା ବେଳେ ବଧୂଙ୍କ ସମେତ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଘଟିଛି।

ପୂରା ଘଟଣା ଏମିତି। ହରିଚନ୍ଦନପୁର ଥାନା ଟାଙ୍ଗିରିଆପାଳ କୋଠଘାଟି ସାହିରେ ନବ ବିବାହିତ ଯୁବକ ଜିତେନ୍ଦ୍ର ମୁର୍ମୁଙ୍କର ଆଜି ଥିଲା ଚତୁର୍ଥୀଭୋଜି। ଭୋଜିକୁ ବନ୍ଧୁବାନ୍ଧବ ଓ ସାହିପଡ଼ିଶା ଆସିଥିଲେ। ଗହଳି ଚହଳିରେ ଫାଟି ପଡ଼ୁଥିଲା ପୂରା ଘର। ଘରକୁ ନୂଆ ବୋହୂ ଆସିଥିବାରୁ ସମସ୍ତେ ମସଗୁଲ୍‌ ଥିଲେ। ହଠାତ ବଜ୍ରପାତ ହେଲା। ଫଳରେ ବର ଜିତେନ୍ଦ୍ର, ବଧୂ, ମାଇଁ ସୁଲୋଚନା, ମାମୁ ଫଗୁରାମ, ସାନ ଭାଇ ମୁନ୍ନ ଓ ଅନ୍ୟ ଜଣେ ସମ୍ପର୍କୀୟ ଭାଇ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ କେଶଦୁରାପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଜିତେନ୍ଦ୍ରଙ୍କରସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆନନ୍ଦପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ସେହିପରି ଘଷିପୁରା ଥାନା ବାଟ ସାହିରେ ସଞ୍ଜୟ ସରେନ ନାମକ ଜଣେ ଯୁବକ ବଜ୍ରପାତରେ ଗୁରୁତର ହୋଇଛନ୍ତି। ସନ୍ଧ୍ୟାରେ ସେ ପୋଖରୀରୁ ଗାଧୋଇ ଫେରୁଥିବା ସମୟରେ ବଜ୍ରପାତ ଘଟିଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।



from Odisha Reporter http://bit.ly/2Ebc5NT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages