ବିଶ୍ୱକପ୍ କମେଣ୍ଟ୍ରି ଲିଷ୍ଟରେ ତିନି ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ବିଶ୍ୱକପ୍ କମେଣ୍ଟ୍ରି ଲିଷ୍ଟରେ ତିନି ଭାରତୀୟ

ଦୁବାଇ: ଇଂଲଣ୍ଡ ଆଣ୍ଡ ୱେଲ୍ସରେ ମେ’ ୩୦ ତାରିଖରୁ ଆରମ୍ଭ ହେବାକୁଥିବା ବିଶ୍ୱକପ୍ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କମେଣ୍ଟେଟର୍ ତାଲିକା ଜାରି କରିଛି। ୨୪ ଜଣିଆ ଏହି କମେଣ୍ଟ୍ରି ତାଲିକାରେ ଭାରତର ତିନିଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ସୌରଭ ଗାଙ୍ଗୁଲି, ସଞ୍ଜୟ ମଞ୍ଜରେକର ଓ ହର୍ଷା ଭୋଗଲେ।

ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡର ମିଳିତ ଆୟୋଜନରେ ହୋଇଥିବା ୨୦୧୫ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ପଞ୍ଚମଥର ଟାଇଟଲ୍ ଜିତାଇଥିବା ଅଧିନାୟକ ମାଇକେଲ୍ କ୍ଲାର୍କ ଏଥର କମେଣ୍ଟ୍ରିରେ ନଜର ଆସିବେ। ଶ୍ରୀଲଙ୍କାର ଏକମାତ୍ର କମେଣ୍ଟେଟର ଭାବେ କୁମାର ସାଙ୍ଗାକାର ଏବଂ ପାକିସ୍ତାନର ଦୁଇଜଣ ଯଥା ୱାସିମ୍ ଆକ୍ରାମ ଓ ରମିଜ୍ ରାଜା ବିଶ୍ୱକପରେ କମେଣ୍ଟ୍ରି କରିବେ।

ଅଥର ଅଲୀ ଖାନ୍ ଏକମାତ୍ର ବାଂଲାଦେଶ କମେଣ୍ଟେଟର୍ ଭାବେ ତାଲିକାରେ ସ୍ଥାନ ପାଇଛନ୍ତି। ବିଶ୍ୱକପ୍ ପାଇଁ ତିନିଜଣ ମହିଳା କମେଣ୍ଟେଟର ଯଥା ଇଶା ଗୁହା, ମେଲାନୀ ଜୋନ୍ସ ଓ ଆଲିସନ୍ ମିଚେଲଙ୍କୁ ସାମିଲ୍ କରାଯାଇଛି।

କମେଣ୍ଟେଟର୍ ତାଲିକା: ନାସିର୍ ହୁସେନ୍, ମାଇକେଲ୍ କ୍ଲାର୍କ, ଇଆନ୍ ବିଶପ, ସୌରଭ ଗାଙ୍ଗୁଲି, ମେଲାନୀ ଜୋନ୍ସ, କୁମାର ସାଙ୍ଗାକାରା, ମାଇକେଲ୍ ଆଥରଟନ୍, ଆଲିସନ୍ ମିଚେଲ୍, ବ୍ରେଣ୍ଡନ୍ ମ୍ୟାକକୁଲମ୍, ଗ୍ରେମ୍ ସ୍ମିଥ୍, ୱାସିମ୍ ଆକ୍ରାମ, ଶନ୍ ପୋଲକ, ମାଇକେଲ୍ ସ୍ଲେଟର, ମାର୍କ ନିକୋଲାସ, ମାଇକେଲ୍ ହୋଲ୍ଡିଂ, ଇଶା ଗୁହା, ପୋମି ବାଙ୍ଗୱା, ସଞ୍ଜୟ ମଞ୍ଜରେକର, ହର୍ଷା ଭୋଗଲେ, ସାଇମନ୍ ଡୁଲ୍, ଇଆନ୍ ସ୍ମିଥ୍, ରମିଜ୍ ରାଜା, ଅଥର ଅଲୀ ଓ ଇଆନଜ ୱାର୍ଡ।



from Odisha Reporter http://bit.ly/2WaSVls

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages